ରାଜ୍ୟସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମରେ ଘୁମୁସରର କୃତିତ୍ବ

0
405

ଭଞ୍ଜନଗର / ଭୁବନେଶ୍ବରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଭା ସଙ୍ଗମ ପ୍ରତିଯୋଗିତାରେ ଘୁମୁସର ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସଫଳତା ।ଗତ ତା-୧୭ରିଖ ଠାରୁ ୧୯ରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ ପ୍ରତିଭା ସଙ୍ଗମର ବିଭିନ୍ନ ପ୍ରତିଯୋଗିତାରେ ଘୁମୁସର ଜିଲ୍ଲାରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଛାତ୍ର ଅଶ୍ବିନୀ କୁମାର ମହାନ୍ତିଙ୍କ ନେତୃତ୍ବରେ ଘୁମୁସରର ୧୬ଜଣ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଯୋଗଦେଇଥିଲେ । ଏଥିରେ ହୋଇଥିବା ନୃତ୍ୟାଙ୍କନ ପ୍ରତିଯୋଗିତାରେ ଛାତ୍ରୀ ଏ. ମନିଷା ପାତ୍ର ଦ୍ବିତୀୟ ଓ ଚିତ୍ରାଙ୍କନରେ ଜଗନ୍ନାଥ ପ୍ରଧାନ ତୃତୀୟ ସ୍ଥାନ ଗ୍ରହଣ କରି ରାଜ୍ୟପାଳଙ୍କ ଠାରୁ ପୁରସ୍କାର ଗ୍ରହଣ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସର ଜିଲ୍ଲା ତରଫରୁ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here