ମୁକ୍ତା ଯୋଜନl ମାଧ୍ୟମରେ ପାରଳାଖେମୁଣ୍ଡି ପୌରପରିଷଦର ରୂପାନ୍ତରିତ କାର୍ଯ୍ୟକ୍ରମ

0
269

ପାରଳାଖେମୁଣ୍ଡି: ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ପୌର ପରିଷଦର ଉନ୍ନତି ପାଇଁ ଭିଡିଓ କନଫେରନ୍ସ ଦ୍ୱାରା “ମୁକ୍ତା ” ଯୋଜନା ମାଧ୍ୟମରେ ପୌରପରିଷଦ କାର୍ଯ୍ୟକ୍ରମରେ ସହରର ରୂପାନ୍ତରିତ କରଣ ନିମନ୍ତେ ଆବଶ୍ୟକ ଥିବା ବିଭିନ୍ନ ପ୍ରକଳ୍ପ ର ମଞ୍ଜୁରୀ ସକାଶେ ୫ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ନିବେଦନ କରାଯଇଛି l ଗଜପତି ଜିଲ୍ଲାର ପୌରପରିଷଦର ଜନସାଧାରଣଙ୍କ ପାଇଁ ଭିତ୍ତିଭୁମି ର ବିକାଶ ନିମନ୍ତେ ୫୯ ଟି ପ୍ରକଳ୍ପ ପାଇଁ ୪ କୋଟି ୯୧ଲକ୍ଷ ଟଙ୍କା ମଞ୍ଜୁର କରିବାକୁ ପ୍ରସ୍ତାପ ଦିଆଯାଇଛି l ଗଜପତି ଜିଲାରେ ରାଜ୍ୟ ପର୍ଯ୍ୟବେକ୍ଷକ ଦାଇତ୍ୱ ରେ ଥିବା ଶ୍ରୀ ଅତୁନ ସବ୍ୟସଚି ସାହୁ ଉପସ୍ଥିରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ସହର ସ୍ୱୟଂସହାୟକ ଗୋଷ୍ଠୀ ସମସ୍ତ ପ୍ରକଳ୍ପ ମଞ୍ଜୁର କରିବାକୁ ୫ଟି ସଚିବକୁ ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପୌରପରିଷଦ ହେବାକୁ ଥିବା ପ୍ରକଳ୍ପ ଗୁଡିକ ହେଲା ମୀନ ପାର୍କ, ଓପେନଜିମ, ଚିଲଡ଼ ପ୍ଲେ ଷ୍ଟେସନ, ୱାକିଙ୍ଗ ଟ୍ରକ, ଲୂ, ଭେଣ୍ଡି ଜନ ହେବାର ବୈଠକ ରେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଜ୍ଞାନରଞ୍ଜନ ମାଝୀ ନିର୍ବାହ ଅଧିକାରୀ ଉପସ୍ଥିତ ଥିଲେ
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here