ମଙ୍ଗଳବାର ବ୍ରତ କଥା ପୁସ୍ତକ ଉନ୍ମୋଚିତ

0
256

ଭଞ୍ଜନଗର : ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଲୁଦୁଲୁଦି ନିକଟରେ ଉତ୍କଳ କଳାକାର ମହାସଂଘ ପକ୍ଷରୁ ମା ଉଖୁଡେଇ ଙ୍କ ପୀଠରେ ମା ଉଖୁଡେଇ ଙ୍କ ମଙ୍ଗଳବାର ବ୍ରତ କଥା ପୁସ୍ତକ ଉନ୍ମୋଚିତ ହୋଇଯାଇଛି l ଅନୁଷ୍ଠାନର ସମ୍ପାଦକ ଶିଶିରକାନ୍ତ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୟବଧାନ ରେ ଅନୁଷ୍ଠିତ କାଯ୍ୟକ୍ରମ ରେ ବିଛଣା ମଠର ବାବା ହରି ଶଙ୍କର ସ୍ୱାମୀ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଭାବେ ସମାଜସେବୀ ଅଯୋଧ୍ୟା ନାଥ ମହାପାତ୍ର (ଗତି),ସାମ୍ବାଦିକ ରବୀନ୍ଦ୍ର କୁମାର ଗୌଡ଼, ଦୀନବନ୍ଧୁ ସ୍ୱାଇଁ, କାହ୍ନୁ ଚରଣ ଷଡଙ୍ଗୀ ଓ ସଭାପତି ପ୍ରଦୀପ କୁମାର ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଦୀପ ପ୍ରଜ୍ୟଳନ ପରେ ସଭା କାଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ଉପସ୍ଥିତ ଅତିଥି ମାନେ ମା ଉଖୁଡେଇ ଙ୍କ ମଙ୍ଗଳବାର ବ୍ରତ କଥା ପୁସ୍ତକ ଉନ୍ମୋଚିତ କରିଥିଲେ। ଏହି ପୁସ୍ତକ କୁ ଶିଶିର କାନ୍ତ ଦାସ ଲେଖିଥିବା ବେଳେ ବ୍ରତ କିପରି ପାଳନ କରାଯାଏ। ମଙ୍ଗଳବାର ଦିନ ପାଇଁ ବୋଲି ନୀତିବିଧି ପ୍ରଦାନ କରାଯାଇଛି। ମା ଉଖୁଡେଇ ଙ୍କ ପୀଠ ଅଞ୍ଚଳର ଏକ ଦର୍ଶନୀୟ ସ୍ଥାନ ହୋଇଥିବା ବେଳେ ଆଗାମୀ ଦିନରେ ଏହାର ବିକାଶ ଦିଗରେ ଚେଷ୍ଟା ଜାରି ରଖିବା ସହ ପଯ୍ୟଟନ ସ୍ଥଳିର ମାନ୍ୟତା ଦେବାକୁ ମତ ପ୍ରକାଶ ପାଇଛି
ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here