ରାଜସ୍ବ ବୃଦ୍ଧି ଦିଗରେ ସୈରାତ୍ ଉତ୍ସ ଗୁଡିକ ସୁବିନିଯୋଗ ସକାଶେ ରାଜସ୍ବ କମିଶନରଙ୍କ ମତ

0
252

ଛତ୍ରପୁର : ସୈରାତ୍ ଉତ୍ସ ଗୁଡିକର ସଠିକ ପରିଚାଳନା କରାଯାଇ ସୁବିନିଯୋଗ ହୋଇପାରିଲେ ରାଜସ୍ବ ବୃଦ୍ଧି ହୋଇ ପାରିବ ବୋଲି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଗଞ୍ଜାମ ଜିଲ୍ଲାର ସମସ୍ତ ରାଜସ୍ବ ଅଧିକାରୀ ମାନଙ୍କୁ ଅବଗତ କରାଇଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ରାଜସ୍ବ ବିଭାଗୀୟ ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି.ଆଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଉପସ୍ଥିତ ଥିଲେ । ଜିଲ୍ଲାରେ ରହିଥିବା ସୈରାତ ଉତ୍ସ ଗୁଡିକର ବିନିଯୋଗ ଦିଗରେ ସମସ୍ତ ତହସିଲଦାରଗଣ ଅଧିକ ତତ୍ପରତା ପ୍ରକାଶ କରନ୍ତୁ, ତେବେ ଯାଇ ଉତ୍ସ ଗୁଡିକର ପରିଚାଳନା ସଠିକ ହେବ । ଚୋରା ଚାଲାଣ ରୋକାଯାଇ ପାରିବ ଏବଂ ରାଜସ୍ବ କ୍ଷତିକୁ ରୋକାଯାଇ ରାଜସ୍ବ ବୃଦ୍ଧି ଦିଗରେ ସହାୟକ ହେବ ବୋଲି କମିଶନର ଅବଗତ କରାଇଥିଲେ । ସୈରାତ ଉତ୍ସ ଗୁଡିକର ନିଲାମ ପ୍ରକ୍ରିୟାରେ ଦେଖାଯାଉଥିବା ବାଧା ବିଘ୍ନକୁ କିଭଳି ମିଳିତ ତଦନ୍ତ ଦ୍ବାରା ସମାଧାନ କରିହେବ ସେସମ୍ପର୍କରେ ମଧ୍ୟ ତହସିଲଦାର ମାନଙ୍କୁ ବୁଝାଇ ଦିଆଯାଇଥିଲା । ସମ୍ପ୍ରତି ଚାଲିଥିବା ମାଇନିଂ ମିନେରାଲ ଗୁଡିକର ଅବଧି କେବେ ଶେଷ ହେଉଛି ତାହା ବର୍ତ୍ତମାନଠାରୁ ଯାଂଚ୍ କରନ୍ତୁ ତେବେଯାଇ ପରବର୍ତ୍ତି ଖସଡା ପ୍ରସ୍ତୁତି ଦିଗରେ ବିଳମ୍ବ ହେବ ନାହିଁ । ସମସ୍ତ କାର୍ଯ୍ୟ ନିମନ୍ତେ ଗୋଟିଏ ସମୟ ସାରଣୀ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରଣ କରାଯାଇଅଛି । ଏଣୁକରି ରାଜସ୍ବ କାର୍ଯ୍ୟ କିମ୍ବା ଯେ କୌଣସି ଉନ୍ନୟନକାର୍ଯ୍ୟ ହେଉ ସେଗୁଡିକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାକୁ କୁହାଯାଇଥିଲା ।ସୈରାତ୍ ଉତ୍ସ ଗୁଡିକ ନିଲାମ ହେଲା ପରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଉତ୍ସ ଗୁଡିକରୁ ଉତ୍ତୋଳନ କରିବା ଆବଶ୍ୟକ । ଯଦି ତିନି ମାସ ମଧ୍ୟରେ ତାର ପରିଚାଳନା ହେଉ ନାହିଁ ତେବେ ସରକାରୀ ନିୟମରେ ଯାହା ଉଲ୍ଲେଖ ରହିବ ତାହାକୁ କାର୍ଯ୍ୟକାରୀ କରିବାକୁ ଜଣାଇଥିଲେ । ନଚେତ ସରକାରୀ ରାଜସ୍ବ ହାନୀ ହେଉଥିବା ପ୍ରକାଶ କରିଥିଲେ । ସୈରାତ ଉତ୍ସ ଗୁଡିକର ପରିଚାଳନା ଦିଗରେ ଯେଉଁଠି ଯାହା ଅସୁବିଧା ଦେଖାଯାଉଛି ଉଚ୍ଚ ସ୍ତରରେ ତାହା ଉପସ୍ଥାନ କରାଯାଉ ଏବଂ କାଳ ବିଳମ୍ବ ନକରି ତାହାର ପରିଚାଳନା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି । ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପରେ ଉତ୍ସ ଗୁଡିକ ଯେପରି ପଡିରହୁଛି, ତାର ସଠିକ ସମୟସୀମା ପାର ହେବା ପରେ ସେଗୁଡିକର କାର୍ଯ୍ୟକ୍ଷମ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ । ଉତ୍ସ ଗୁଡିକ ନିଲାମ ହେବା ପରଠାରୁ ନିଲାମ ଶେଷ ହେବା ପର୍ଯ୍ୟନ୍ତ ସମୟେ ସମୟେ ଯାଂଚ୍ କରନ୍ତୁ, ନଚେତ୍ ନିଲାମର ନିୟମ ଉଲଂଘନ ହେବ ଏବଂ ତାହାର ପ୍ରଭାବ ପ୍ରକୃତି ଉପରେ ପଡିବ । ଦ୍ବିତୀୟତଃ ପରବର୍ତ୍ତି ପିଢୀଙ୍କ ସକାଶେ ଉତ୍ସ ଗୁଡିକ ବଞ୍ଚିତ ହେବେ ନାହିଁ । ସୈରାତ୍ ଉତ୍ସ ଗୁଡିକର କାର୍ଯ୍ୟକାରିତା ନେଇ ସରକାରୀ ସ୍ତରରେ ଗ୍ରହଣ କରାଯାଇଥିବା ନୂତନ ପଦ୍ଧତି ସମ୍ପର୍କରେ ରାଜସ୍ବ କମିଶନର ଶ୍ରୀ ଆଓ ସମସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ଆଗାମୀ ଦିନରେ ରାଜସ୍ବ ଯେମିତି କ୍ଷତି ହେବ ନାହିଁ, ରାଜସ୍ବ ବୃଦ୍ଧି ହେବ ସେ ଦିଗରେ ସମସ୍ତଙ୍କ ଠାରୁ ଆଶା ପୋଷଣ କରିଥିଲେ ।
ସମୀକ୍ଷା ବୈଠକରେ ଗ୍ରାମ୍ୟ ଉନ୍ନୟନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବ କୀର୍ତ୍ତି ଭାସନ୍, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ସଚିବ ସୁଜାତା ସାହୁ, ଅନୁ ସଚିବ ପାର୍ବତୀ ମଞ୍ଜରୀ ମାହାଳିକ, ମାଇନର ମିନେରାଲ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଦେବାଶୀଷ ପଟ୍ଟନାୟକ, ବିଭୂତି ଭୂଷଣ ପଟ୍ଟନାୟକ, ଜିଲ୍ଲାର ସମସ୍ତ ତହସିଲଦାର ଏବଂ ସମସ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here