ବନ୍ଧସାହି ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

0
301

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମାର ବନ୍ଧସାହି ପ୍ରକଳ୍ପ ପ୍ରଥାମିକ ବିଦ୍ୟାଳୟରେ ବୁଧବାର ଦିନ ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ପରିଷଦ ସଦସ୍ୟ ଭୁବନେଶ୍ୱରୀ ଖଟେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏସଏମସି ସଭାପତି ଦେବେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମେଳା ଅନୁଷ୍ଠିତ ହୋଇଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରୁନି ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ଶିକ୍ଷାବିତ ଅନିଲ କୁମାର ମହାରଣା, ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ଜେନା, ଶିକ୍ଷକ ହରେକୃଷ୍ଣ ପ୍ରଧାନ ଓ ବରିଷ୍ଠ ଅଭିଭାବକ ଲଡୁକିଶୋର ପ୍ରଧାନ ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିବା ସହ ଭଲଭାବେ ପାଠ ପଢିବା ଏବଂ ବାପା, ମାଆ ଓ ଗୁରୁଜନ ମାନଙ୍କୁ ସମ୍ମାନ ଜଣାଇବାକୁ ପରାମର୍ଶ ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଚିଶ୍ମିତା ପ୍ରଧାନ ମେଳା ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here