ରାୟଗଡାରେ ଓଲଟିଲା କନ୍ୟାଯାତ୍ରୀ ବସ, ୩୦ରୁ ଊର୍ଦ୍ଧ୍ୱ ଆହତ

0
236

ପାରଳାଖେମଣ୍ଡି : ଗଜପତି ଜିଲ୍ଲା ରାୟଗଡା ଥାନା ଅନ୍ତର୍ଗତ ସେବକପୁର ନିକଟରେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ କନ୍ୟାପକ୍ଷର ଗାଡ଼ି ରାୟଗଡ଼ା ଥାନା ଅନ୍ତର୍ଗତ ସେବକପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଳମ୍ବିତ ରାତିରେ ଗଛକୁ ପିଟି ବସ୍ ଓଲଟି ପଡ଼ିବାରୁ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଅନେକ ଶିଶୁ ଥିବା ସୂଚନା ମିଳିଛି। ଏହି ଅବସରରେ ଯାହା କି ସୂଚନା ମିଳିଛି ସୋମବାର ବିଳମ୍ବିତ ରାତିରେ ରାୟଗଡା ଥାନା ଅନ୍ତର୍ଗତ ସେବକପୁର ନିକଟର ଏକ କନ୍ୟାଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗଛକୁ ପିଟି ବସ ଓଲଟି ପଡିଛି। ଲୋକଙ୍କ କହିବା ଅନୁସାରେ ବସ ଦ୍ରୁତ ଗତିରେ ଆସୁଥିଲା। କୁହୁଡି ଯୋଗୁଁ ଟର୍ଣିଂରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲା। ଆଉ ଅନିୟନ୍ତ୍ରୀତ ହୋଇ ଗଛରେ ପିଟିହୋଇ ବସ ଓଲଟି ପଡିଥିଲା
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here