ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ମୋହନା ଥାନା ଘେରାଉ

0
266

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ଥାନା ଅଧିକାରୀ ଙ୍କ ବେଆଇନ ଓ ମନମୁଖୀ କାର୍ଯ୍ୟ ଏବଂ ଆଦିବାସୀ ମାନଙ୍କ ବିରୁଦ୍ଧରେ ମିଥ୍ୟ ମୋକଦ୍ଦମା ରୁଜୁ କରୁଥିବା ପ୍ରତିବାଦରେ ଗଜପତି ଜିଲ୍ଲା ମୋହନା ଥାନା ସମ୍ମୁଖରେ ଆଜି ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚର ପକ୍ଷରୁ ଧାରଣାରେ ବସିଥିଲେ ଆଦିବାସୀ ସୁରକ୍ଷା ଏହି ଅବସରରେ ଏଠାରେ ଗୋରିବ ଆଦିବାସୀଙ୍କ ବିରୁଦ୍ଧରେ ମୋହନା ପୋଲିସର ଅଣଦେଖା ତଥା ପାତର ଅନ୍ତର, ଜାତିଆଣ ମନୋବୃତି, ବେଆଇନ କାର୍ଯ୍ୟରେ ଅଭିଯୁକ୍ତଙ୍କୁ ଖୁଲମଖୋଲା ସହୟତା, ଆଦିବାସୀ ଶୋଷଣ ଓ ଆଦିବାସୀମାନଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦମା ରୁଜୁ କରୁଥିବା ଏହାର ପ୍ରତିବାଦରେ ମୋହନା ଥାନା ସମ୍ମୁଖରେ ଆଦିବାସୀମାନେ ଧାରଣାରେ ବସିଥିଲେ ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚର ଶହ ଶହ ଆଦିବାସୀ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସାନଖଣି ଗ୍ରାମଠାରୁ ପଦଯାତ୍ରାରେ ବାହାରି ମୋହନା ହାଇସ୍କୁଲ ଛକଠାରେ ପହଁଚିବା ପରେ ଅନ୍ୟାନ୍ୟ ଗ୍ରାମର ଆନ୍ଦୋଳକାରୀଙ୍କ ସହ ମିଶି ହାଇସ୍କୁଲ ଛକଠାରୁ ମୋହନା ଥାନା ପର୍ଯ୍ୟନ୍ତ ବିରାଟ ର‌୍ୟାଲି କରି ମୋହନା ଥାନାରେ ପହଞ୍ଚିଥିଲେ। ଥାନା ସମ୍ମୁଖରେ ସହସହ ଆଦିବାସୀ ଙ୍କ ଉପସ୍ଥିତି ରେ ଧାରଣାରେ ବସି ସତ୍ୟାଗ୍ରହ କରିବା ସହ ସ୍ୱେଚ୍ଛାକୃତ ଭାବେ ଜେଲଭରୋ ଆନ୍ଦୋଳନ କରି ଉପଯୁକ୍ତ ପଦକ୍ଷେପ ନିଆନଗଲେ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ଚେତାବନୀ ଦେଇଥିଲେ । ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚର ସଦସ୍ୟମାନେ ଉପସ୍ଥିତଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ମୋହନା ଥାନା ସମ୍ମୁଖରେ ଆବଶ୍ୟକୀୟ ପୋଲିସ ମୁତୟନ ମଧ୍ୟ କରାଯାଇଥିଲା ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here