ଭିଜିଲାନ୍ସ ଜାଲରେ ନୁଆଗଡ ଫରେଷ୍ଟର ଗଣେଶ ପ୍ରଧାନ ପାରଳାଖେମୁଣ୍ଡି ବାସଭବନ ସହ ୪ଟି ସ୍ଥାନରେ ଚଢଉ ଜାରି

0
302

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ସ୍ତିତ ଗାନ୍ଧୀ ନଗର ରେ ରହୁଥିବା ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ ସେ ନୁଆଗଡ ଫରେଷ୍ଟର ଗଣେଶ ପ୍ରଧାନ। ଆଜି ଭିଜିଲାନ୍ସ ଆଜି ଚଢ଼ାଉ କରିଥିଲେ ବୋଲି ସୂଚନା ମିଳିଛି ଯାହା ଫଳରେ ଫରେଷ୍ଟ ଗାର୍ଡ ଗଣେଶ ପ୍ରଧାନ ଙ୍କ ଚାରଟି ସ୍ଥାନରେ ଚଢାଉ ଜାରି କରାଯାଇଛି। ଏହି ଅବସରରେ ଗାନ୍ଧୀ ନଗର, ହରିଶ୍ଚନ୍ଦ୍ର ପୁର ପୈତୃକ ବାସଭବନ, ଆନ୍ଦ୍ର ପ୍ରଦେଶର ପୁରୁଣାପାଟନା ସ୍ଥିତ ବାସଭବନ ସହ ନୁଆଗଡ ସରକାରୀ କାର୍ଯ୍ୟାଳୟରେ ଏକ ସଙ୍ଗେ ଆରମ୍ଭ ହୋଇଛି ଚଢ଼ାଉ । ଗଣେଶ ପ୍ରଧାନଙ୍କ ୪ଟି ସ୍ଥାନରେ ଚାଲିଥିଲା ଚଢଉ । ଭିଜିଲାନ୍ସର ପାଞ୍ଚ ଜଣିଆ ଟିମ ଏହି ଚଢଉ କରିଥିବା ସୂଚନା ରହିଛି । ନୁଆଗଡ ବ୍ଲକରୁ ଭିଜିଲାନ୍ସ ଟିମ ଗଣେଶ ପ୍ରଧାନଙ୍କୁ ଉଠାଇ ନେଇ ଥିବା ବେଳେ ତାଙ୍କର ଘରୁ ୧୪୩ ଗ୍ରାମରୂ ଅଧିକ ସୁନା ବହୁ ପରିମାଣରେ ରୂପା ସହ ଆନ୍ଦ୍ର ପ୍ରଦେଶ ରୁ ୭ଟିରୁ ଅଧିକ ପ୍ଲଟ କିଣିଥିବାର ଦଲିଲ ହସ୍ତଗତ ହୋଇଥିବା ସୂଚନା ରହିଛି । ଏଥିସହ ୨୬ ହଜାର ଟଙ୍କା ନଗତ ସୁଜିକି ଏସପ୍ରେସୋ କାର ଓ କିଛି ବ୍ୟାଙ୍କ ଖାତା ଜବତ ହୋଇ ଥିବା ସୂଚନା ମିଳିଛି । ଚଢାଉ ପରେ ସମସ୍ତ ସମ୍ପତି ତାଲିକା ଆକଳନ କରିବା ପରେ ସଠିକ ମୂଲ୍ୟ କହି ହେବ ବୋଲି ଆସିଥିବା ଭିଜିଲାନ୍ସ ଟିମ ସୂଚନା ପ୍ରଦାନ କରିଛନ୍ତି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here