ଗଞ୍ଜେଇ ଜବତ ଦୁଇ ଗିରଫ।

0
531

ଭଞ୍ଜନଗର/ସୋରଡା(ନିଲୁ ବିଶୋଇ) ଗଂଜାମ ଜିଲ୍ଲା ସୋରଡ଼ା ଥାନା ଏସ ଆଇ ଆରତତ୍ରାଣ ଦାନୀ ଦିନ 11 ଟା ସମୟରେ ଜରଉ ଛକ ନିକଟରେ ବ୍ଲକିଙ୍ଗ କରି ଗାଡି ଗୁଡିକୁ ଚେକିଂ କରୁଥିବା ସମୟରେ ଏକ ବୋଲେରୋ ଗାଡି ନ ଅଟକି ଦ୍ରୁତ ଗତିରେ ଚାଲି ଯାଉଥିବା ବେଳେ ପୋଲିସ ଗାଡି ଟିକୁ ପିଛା କରି ଅଟକାଇଥିଲା।ଗାଡି ଟିକୁ ଚେକିଂ କରିବା ପରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣା ପଡିଥିଲା। ୬୪ କେଜି ୫୦୦ ଗ୍ରାମ ଗଞ୍ଜେଇ,ବୋଲେରୋ ଗାଡି,ଦୁଇ ମୋବାଇଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ ଗାଡିଟି ବାଲିଗୁଡା ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ।ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ହେଲେ ବାଲିଗୁଡା ଥାନା ସଂକୁଶବାଲ୍ଲୀ ଗ୍ରାମର ସୁନୀଲ ମଲ୍ଲିକ,ପ୍ରମୋଦ ଦିଗାଲ।ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୋରଡ଼ା ପୋଲିସ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here