ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀଙ୍କ ଯୋଗଦାନ

0
233

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଭାବେ ହରି ଚରଣ ମିଶ୍ର ଯୋଗଦାନ କରିଛନ୍ତି । ଶ୍ରୀ ମିଶ୍ର ସୁବର୍ଣ୍ଣପୁର ଜିଲ୍ଲାରୁ ବଦଳୀ ହୋଇ ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାରେ ଯୋଗଦାନ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଭାବେ ୮ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଦାୟୀତ୍ବ ନିର୍ବାହ କରିଥିଲେ । ସେ ସୁବର୍ଣ୍ଣପୁରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଅତିରିକ୍ତ ଦାୟୀତ୍ବ ନିର୍ବାହ କରି ସୁବର୍ଣ୍ଣପୁର ଅଞ୍ଚଳବାସୀଙ୍କର ଅନେକ ଜନମଙ୍ଗଳ କାର୍ଯ୍ୟରେ ସାମିଲ କରି ସୁନାମ ଅର୍ଜନ କରିଛନ୍ତି । ଶ୍ରୀ ମିଶ୍ର ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର,ବ୍ରହ୍ମପୁର ଓ ଭଞ୍ଜ ନଗର ଉପଖଣ୍ଡରେ କାର୍ଯ୍ୟ କରିଥିଲେ । ଏହି ଜିଲ୍ଲାରେ ଥିବା ବେଳେ ଉପଖଣ୍ଡ ସ୍ବଳ୍ପ ସଞ୍ଚୟ ଅଧିକାରୀ ଦାୟୀତ୍ବରେ ଥାଇ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଏବଂ ସହକାରୀ ସମାଜ କଲ୍ୟାଣ ଅଧିକାରୀ ଭାବେ ମଧ୍ୟ ଦାୟୀତ୍ବ ନିର୍ବାହ କରିଥିଲେ । ପ୍ରକାଶ ଥାଉକି ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକଙ୍କର ପଦୋନ୍ନତି ହୋଇ ଅର୍ଥ ବିଭାଗର ସହକାରୀ ନିର୍ଦ୍ଦେଶକ ଭାବେ ବଦଳୀ ହୋଇଛି ।

LEAVE A REPLY

Please enter your comment!
Please enter your name here