ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

0
250

ବେଲଗୁଣ୍ଠା: ଗଣପତି ସେବା ସଂସ୍ଥା ଏବଂ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ ସଂସ୍ଥାର ମିଳିତ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗ୍ରାମାଞ୍ଚଳ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରସାର ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ଉଦ୍ଭିଦବିଜ୍ଞାନ ବିଭାଗ ପ୍ରଫେସର ମଳୟ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜ୍ଞାନ ଭିତ୍ତିକ ଚିନ୍ତାଧାରାରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭାରତ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅବସର ପ୍ରାପ୍ତ ବୈଜ୍ଞାନିକ ଡ଼ ବିନୋଦ ଚନ୍ଦ୍ର ସାବତ ଯୋଗ ଦେଇ କାର୍ଯ୍ୟକ୍ରମର ଅଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ | ସେହିପରି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଭଞ୍ଜନଗର କବିସମ୍ରାଟ ମହାବିଦ୍ୟାଳୟ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଅନ୍ଧ ବିଶ୍ୱାସ ଦୂର କରିବାକୁ ପରାମର୍ଶ ଦେଇଥିବା ବେଳେ ନରେନ୍ଦ୍ରପୁର କ୍ଷେତ୍ର ମୋହନ ବିଜ୍ଞାନ ମହାବିଦ୍ୟାଳୟ ପ୍ରାଧ୍ୟାପକ ଡ଼ ସତୀଶ ପ୍ରସାଦ ନାୟକ ବିଜ୍ଞାନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ | ଅଧ୍ୟକ୍ଷ ଶ୍ରୀ ରାଓ ଆମର ସମସ୍ତ କାର୍ଯ୍ୟ କଳାପରେ ବିଜ୍ଞାନ ରହିଛି ବୋଲି କହିଥିଲେ | ଛାତ୍ରୀ ସୁଭାସ୍ମିତା ବିଶୋୟୀ ଅନ୍ଧ ବିଶ୍ୱାସ ଦୂର ପାଇଁ ପ୍ରତିଶ୍ରୁତି ଦେଇଥିଲେ |ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ |ଜୀବ ବିଜ୍ଞାନ ଅଧ୍ୟାପିକା ସ୍ମିତାରାଣୀ ଗୌଡ଼ଙ୍କ ନେତୃତ୍ୱରେ ପରିବେଶ ଗୀତ ଉପସ୍ଥାପନ ହୋଇଥିଲା | ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ଲେଙ୍କା, ଦେବେଶ ଚନ୍ଦ୍ର ମହାପାତ୍ର, ଦିପୁ ଭୂୟାଁ, ସିମାଞ୍ଚଳ ମହାନ୍ତି, ପ୍ରାଧ୍ୟାପକ କପିଳ ସାହୁ, ସ୍ୱରୂପା ରାଣୀ ବିଶ୍ୱାଳ, ସଞ୍ଜୟ ସାହୁ, ରମେଶ ଚନ୍ଦ୍ର ରାଉତ ପ୍ରମୁଖ ସହଯୋଗ କରିଥିଲେ |ଏହି ଅବସରରେ ବଡଦୋଡଙ୍ଗା ଗ୍ରାମର ପ୍ରଦୀପ କୁମାର ପରିଡା ଏବଂ ଗୋରା ଚାନ୍ଦ୍ ପରିଡା ଦାସକାଠି ମାଧ୍ୟମରେ ବିଜ୍ଞାନ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମରେ ଗୋବରା ସ୍ଥିତ ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସମେତ ମହାବିଦ୍ୟାଳୟର ବିଜ୍ଞାନ ଶ୍ରେଣୀର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ |

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here