କୋଟପାଡ଼ ଓକିଲ ସଂଘର ଜରୁରୀ କାଳୀନ ବୈଠକ

0
278

କୋରାପୁଟ ( ନ୍ୟୁଜ୍ ଏକ୍ସଟ୍ରା) କୋରାପୁଟ ଜିଲ୍ଲା କୋଟପାଡ ଓକିଲ ସଂଘର ଜରୁରୀକାଳୀନ ବୈଠକ ସଂଘର ସଭାପତି ଶ୍ରୀ ମଣିପ୍ରସାଦ ପଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କୋଟପାଡ ପରି ଏକ ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସୀମାନ୍ତ ଛତିଶଗଡ଼ ଓ ନବରଙ୍ଗପୁର ତଥା କୋଟପାଡ ଅଞ୍ଚଳରେ ହେଉଥିବା ମୋଟ ୧୭୦ ଟି ମାମଲା କୋଟପାଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଧୀନରେ ବିଚାରାଧୀନ ଥିଲା।ସେହି ମାମଲା ରେ ଅଧିକାଂଶ ଯୌତୁକ ଓ ଭରଣପୋଷଣ ଓ ପୋସ୍କୋ ଧାରା ଅଧିନର ମାମଲା ଥିଲା।କିନ୍ତୁ ବର୍ତ୍ତମାନ ହାଇକୋର୍ଟ ର ନିର୍ଦ୍ଦେଶକ୍ରମେ ଉକ୍ତ ମାମଲା ଗୁଡିକୁ ଜୟପୁର ସ୍ଥାନାନ୍ତର କରାଯାଇଥିବା ଯୋଗୁଁ ମହକିଲମାନେ ଏତେ ଦୂର ଯାଇ ମାମଲା ଲଢ଼ିବା ଦ୍ଵାରା ସେମାନେ ଅଧିକ ଖର୍ଚ୍ଚ ହେବା ଫଳରେ ମାମଲା ଗୁଡିକୁ ଲଢ଼ିବା କଷ୍ଟକର ହେବ।ଏଣୁ ଏହାର ଆଶୁସମାଧନ ପାଇଁ ସର୍ବସମ୍ମତିକ୍ରମେ ୨ ଟି ପ୍ରସ୍ତାବ ପାରିତ ହୋଇଥିଲା।ପ୍ରଥମେ ଏହି ସମସ୍ୟାର ସମାଧାନ ନ ହେବା ଯାଏ କୋର୍ଟ ବର୍ଜନ ଓ ଏକ ୧୦ ଜଣିଆ ପ୍ରତିନିଧି ଦଳ ହାଇକୋର୍ଟ ଯାଇ ସମସ୍ୟାର ସମାଧାନ ପାଇଁ ଜଷ୍ଟିସ ଙ୍କୁ ଉପସ୍ଥାପନ କରିବାର ନିଷ୍ପତ୍ତି ଗ୍ରହଣ କରିଥିଲେ।ଏହି ବୈଠକରେ ସଂଘର ସଭାପତି ଶ୍ରୀ ମଣି ପ୍ରସାଦ ପଟନାୟକ, ସମ୍ପାଦକ ଶ୍ରୀ ଗୁପ୍ତ କୈଳାଶ ମହାନ୍ତି, ଉପସଭାପତି ଶ୍ରୀ ପ୍ରଦୀପ କୁମାର ବକ୍ସି,ସହସମ୍ପାଦକ ଶ୍ରୀ ଶଙ୍କର ପଣ୍ଡା, ସହ ଅନ୍ୟାନ୍ୟ ବରିଷ୍ଠ ଆଇନଜୀବୀ ପଙ୍କଜ କୁମାର ପାତ୍ର,ଜିତେନ୍ଦ୍ରନାଥ ମହାପାତ୍ର, ଗୁପ୍ତ ବେହେରା, ନିମେଶ୍ୱରୀ ପଟନାୟକ, ଘନ ବେହେରା,ରାମେଶ୍ୱର ଜେନା,ବିରେନ ବିଶୋଇ,ବିଦ୍ୟୁତ ଲତା ବକ୍ସି,କପିଳେଶ୍ୱର ମିଶ୍ର,ପ୍ରଦୀପ ବକ୍ସି, ଭେଙ୍କେଟ ରାଓ,ଖଗପତି ପାତ୍ର,ଲଷ୍ମୀ ସାହୁ,ହରିଶ ପଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here