ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ଗଣମାଧ୍ୟମ ପ୍ରତିନିଧି ଜଗନ୍ନାଥ

0
258

ବେଲଗୁଣ୍ଠା:ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅଧିକାରୀ ଧିରେଶ୍ କୁମାର ଦାଶଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I ଶ୍ରୀ ଦାଶ ଗତ 19 ତାରିଖରେ କେନ୍ଦ୍ର ସ୍ଵରାଷ୍ଟ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଠାରୁ ଟ୍ରଫି ଗ୍ରହଣ କରି ଥାନାକୁ ଫେରିବା ପରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଭେଟି ସାଧୁବାଦ ଜ୍ଞାପନ କରୁଛନ୍ତି I ଏହି ଅବସରରେ ଦୈନିକ ଖବର କାଗଜ ସମୟର ବେଲଗୁଣ୍ଠା ପ୍ରତିନିଧି ଜଗନ୍ନାଥ ନାୟକ ବ୍ୟକ୍ତିଗତ ଭାବେ ଥାନା ଅଧିକାରୀ ଶ୍ରୀ ଦାଶଙ୍କୁ ସାକ୍ଷାତ କରି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି I ଜଗନ୍ନାଥ ନିଜର କିଛି ସାମ୍ବାଦିକ ବନ୍ଧୁଙ୍କ ସହ ଗାଙ୍ଗପୁର ଥାନାରେ ପହଞ୍ଚି ଥାନା ଅଧିକାରୀ ଧିରେଶ୍ କୁମାର ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ଏବଂ ମିଷ୍ଟାନ୍ନ ଖୁଆଇ ସମ୍ବର୍ଦ୍ଧିତ କରିବା ସହିତ ଶ୍ରୀ ଦାଶଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here