ବୃଦ୍ଧଙ୍କ ମୃତ୍ୟୁ,ପୁଅର ଗଣ୍ଡଗୋଳ ଭଙ୍ଗାଇବାକୁ ଯାଇ ଲାଗିଥିଲା ଆଘାତ

0
229

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବଡ଼କୋଦଣ୍ଡା ଗ୍ରାମର ହାଡୁବନ୍ଧୁ ନାୟକ(୫୫)ଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ଆଜି ଅପରାହ୍ନ ସମୟରେ ହାଡୁବନ୍ଧୁ ପତ୍ନୀ ମଞ୍ଜୁଳାଙ୍କ ସହିତ ଜମିରେ କାମ କରି ଘରକୁ ଫେରୁଥିବା ସମୟରେ ତାଙ୍କ ପୁଅ ଶିବ ତାର ଅନ୍ୟ ଜଣେ ସାଙ୍ଗ ସହ ଗଣ୍ଡଗୋଳ କରୁଥିବା ଦେଖିଥିଲେ। ଗଣ୍ଡଗୋଳ ଭଙ୍ଗାଇବା ପାଇ ସେଠାକୁ ଯାଇଥିବା ବେଳେ ଧସ୍ତାଧସ୍ତିରେ ହାଡୁ ତଳେ ପଡିଯାଇଥିବା ଅଭିଯୋଗ ହୋଇଛି। ଗଣ୍ଡଗୋଳ ଖବର ପାଇ ପୁଲିସ ସେଠାରେ ପହଞ୍ଚି ଶିବକୁ ଧରି ଥାନାକୁ ଆଣିଥିଲେ। ଏହାପରେ ହାଡୁ ଏବଂ ପତ୍ନ ଘରକୁ ଯାଇଥିବା ବେଳେ ସେଠାରେ ଘର ସାମ୍ନାରେ ସେ ଟଳି ପଡିଥିଲେ। ତୁରନ୍ତ ପତ୍ନୀ ମଞ୍ଜୁଳା ଏକ ଗାଡିରେ ମେଡିକାଲ୍ ଆଣିଥିବା ବେଳେ ସେଠାରେ ଡାକ୍ତର ହାଡୁଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ୍ ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମଞ୍ଜୁଳା ତାଙ୍କ ସ୍ବାମୀ ଘର ସାମ୍ନାରେ ପଡି ଯାଇ ମୃତ୍ୟୁ ହୋଇଥିବା ଥାନାରେ ଲିଖିତ ଭାବେ ଜଣାଇଥିବା ବେଳେ ପୁଲିସ୍ ଶିବକୁ ଥାନାରେ ଅଟକ ରଖିଥିବା ଜଣାପଡିଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here