ପୂଜ୍ୟ ପୂଜା ସମିତି ପକ୍ଷରୁ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳନ

0
225

ବ୍ରହ୍ମପୁର: ଦେଶ ମାତୃକାର ମୁକ୍ତି ପାଇଁ ଫାଶୀ ଖୁଣ୍ଟ ରେ ଝୁଲି ଶହୀଦ ହୋଇଥିବା ମହାନ୍ କ୍ରାନ୍ତିକାରୀ ଅମର ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଜନ୍ମ ଜୟନ୍ତୀକୁ ଅତ୍ୟନ୍ତ ମର୍ଯ୍ୟାଦାର ସହ ପୂଜ୍ୟ ପୂଜା ସମିତି ପାଳନ କରିଛି l ବ୍ରହ୍ମପୁର ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ ରେ ଥିବା ସହିଦ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସଭାପତି ବଂଶୀଧର ଭୂୟାଁ ଙ୍କ ସଭାପତିତ୍ୱରେ ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା l ଗାନ୍ଧିଜୀଙ୍କ କର ବା ମର ଡାକରାରେ ଅନୁପ୍ରାଣିତ ହୋଇ ଲକ୍ଷ୍ମଣ ନାୟକ ବ୍ରିଟିଶ ବିରୋଧରେ ଆନ୍ଦୋଳନରେ ଝାସ ଦେଇଥିଲେ l ଏଥିସହ ଅତ୍ୟନ୍ତ ନିପଟ ମଫସଲରୁ ମଦ ବିରୋଧରେ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ମେଳି ବାନ୍ଧିବା, ଆଦିବାସୀଙ୍କୁ ଶିକ୍ଷିତ କରିବାପାଇଁ ଅହରହ ଉଦ୍ୟମ କରିବl ଭଳି ସାମାଜିକ କାମରେ ଲକ୍ଷ୍ମଣ ନାୟକଙ୍କ ପ୍ରୟାସ ପ୍ରଶଂସନୀୟ l ଆଜିର ସ୍ମୃତିସଭାରେ ସମ୍ପାଦକ ଏସ. ସlମ୍ବଶିବା ରାଓ, ଗଗନ ଚନ୍ଦ୍ର ମଲ୍ଲିକ, ପି. ପ୍ରେମସାଇ,ସୁରେନ୍ଦ୍ର ନାଥ ପଣ୍ଡା, ସମାଜସେବୀ ପି. ନାଗେଶ୍ୱର ରାଓ,ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସ୍ମୃତିଚାରଣ କରିଥିଲେ l

LEAVE A REPLY

Please enter your comment!
Please enter your name here