ଜନ୍ମାଷ୍ଟମୀରେ ସର୍ବତ୍ର ଭକ୍ତିମୟ ପରିବେଶ l

0
620

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଥିଲା ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଏହି ଅବସରରେ ବେଗୁନିଆପଡା ବ୍ଲକର ବିଭିନ୍ନ ମନ୍ଦିର, ମଠ, ସରସ୍ବତୀ ଶିଶୁ ମନ୍ଦିର, ଅନୁଷ୍ଠାନ ମାନଙ୍କରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ପାଳନ କରାଯାଇଥିଲା। ପାରମ୍ପାରିକ ରୀତିରେ ନୀତିକାନ୍ତି ପରେ ଠାକୁର ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ l ଦେବାଳୟରେ ପ୍ରାତଃରୁ ଶ୍ରଦ୍ଧାଳୁ ଓ ବ୍ରତ୍ତଧାରୀମାନଙ୍କ ଉପସ୍ଥିତି ସର୍ବତ୍ର ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା l ମଠ, ମନ୍ଦିର ଓ ଭାଗବତ ଗାଦିକୁ ସୁସଜ୍ଜିତ କରାଯାଇ ସକାଳୁ ସକାଳୁ ଭାଗବତ ପାଠ ଚାଲିଥିଲା। ବ୍ରତ୍ତଧାରୀମାନେ ଭାଗବତ ପାଠ ଶୁଣୁଥିଲେ। ଜନ୍ମାଷ୍ଟମୀ ଲାଗି ସବୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା। ବ୍ଲକର ବିଭିନ୍ନ ମଠମନ୍ଦିରରେ ଶ୍ରଦ୍ଧା ଓ ଭକ୍ତିର ସହ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଥିଲା। ଶିଶୁମନ୍ଦିର ଗୁଡିକରେ କୁନି କୁନି ଶିଶୁମାନେ ରାଧା କୃଷ୍ଣ ବେଶରେ ସଜ୍ଜିତ ହୋଇ ସମସ୍ତଙ୍କୁ ଆକୃଷ୍ଟ କରିଥିଲେ l

LEAVE A REPLY

Please enter your comment!
Please enter your name here