ଟ୍ରାକ୍ଟର ଓଲଟି ଡ୍ରାଇଭର ଆହତ

0
344

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ କୋଣ୍ଡାପଦର ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଭରଶ୍ୟାମ ହରାଇ ରାସ୍ତା କୋଡ଼ରେ ଓଲଟି ପଡିବାରୁ ଟ୍ରାକ୍ଟର ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଛତିଶଗଡ଼ ରାଜ୍ୟର ବଜାହାଣ୍ଡି ଗ୍ରାମର ଏକ ଟ୍ରାକ୍ଟର ସିଜି ୧୭ ଜି ୩୨୦୪ ନମ୍ବର ଧାନ ଆଣିବା ପାଇଁ ହରଦୋଳି ଗ୍ରାମକୁ ଆସିଥିଲା । ଏହି ସମୟରେ ଟ୍ରାକ୍ଟର ଟି ଭାରଶ୍ୟାମ ହରାଇ ରାସ୍ତା କୋଡ଼ରେ ଓଲଟି ପଡିଥିଲା । ଏଥିରେ ଡ୍ରାଇଭର ହେମଧର ଭତରା ଆହତ ହୋଇଥିବା ଜଣାପଡିଛି । ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନରେ ଥିବା କିଛି ଲୋକ ଆହତ ଡ୍ରାଇଭର କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜଗଦଲପୁର ଡାକ୍ତରଖାନା ପଠାଇଥିବା ଜଣାପଡିଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here