ପଞ୍ଚୁକ ଗାଧେଇବା ପାଇଁ ଯାଇ ପୋଖରୀରେ ବୁଡି ମହିଳା ମୃତ୍ୟୁ

0
227

ବେଲଗୁଣ୍ଠା:ବେଲଗୁଣ୍ଠା ଥାନା ଅନ୍ତର୍ଗତ ନାୟକପଡା ଗ୍ରାମରେ ପଞ୍ଚୁକ ଗାଧୋଇବା ପାଇଁ ଯାଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ମିଳିଥିବା ସୂଚନା ପ୍ରକାରେ,ଗ୍ରାମର ମାଲ ବେହେରାଙ୍କ ସ୍ତ୍ରୀ ମୋଚି ବେହେରା(୫୫) ଆଜି ସକାଳୁ କାର୍ତ୍ତିକ ମାସ ପଞ୍ଚୁକ ପାଇଁ ଗ୍ରାମ ନିକଟ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ ।ସେଠାରୁ ତାଙ୍କ ଗୋଡ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ ।ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରି ବେଲଗୁଣ୍ଠା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।ଅଗ୍ନିଶମ ବିଭାଗ ପୋଖରୀରେ ତଲାସୀ କରି ମୋଚିଙ୍କ ଶବ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ଜଣାପଡ଼ିଛି ।ଖବର ପାଇ ବେଲଗୁଣ୍ଠା ପୋଲିସ ପହଞ୍ଚି ମୋଚିଙ୍କ ଶବ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଥିଲେ ।ଶବ ବ୍ୟବଛେଦ କରା ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଏ ନେଇ ୧୯/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚଳାଇଥିବା ଥାନାଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି । ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here