ବୁଗୁଡା ପୋଲିସକୁ ବଡ଼ ସଫଳତା, ୧୭ ଟି ଚୋରା ଗାଡି ସହ ୪ ଜଣ ଗିରଫ

0
294

ବୁଗୁଡା: ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡା ଥାନା ପୋଲିସକୁ ମିଳିଛି ବଡ ସଫଳତା। ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତର ଚାରି ଜଣଙ୍କ ଠାରୁ ଜବତ ହୋଇଛି ୧୫ ଟି ଚୋରି ଦୁଇ ଚକିଆ ଗାଡି ଓ ୨ ଟି ବାଇକ ଇଞ୍ଜିନ। ଗୋଲିଆ ଗ୍ରାମାର ପ୍ରଶାନ୍ତ କୁମାର ବାଡ଼ତ୍ୟା ଓରଫ ବିଟୁ(୩୮) ଙ୍କ ଠାରୁ ୫ ଟି ଗାଡି, ଗୋଟିଏ ବଡି ନଥିବା ଗାଡି ଓ ଦୁଇଟି ହିରୋ ମୋଟର ସାଇକେଲ ଇଞ୍ଜିନ, ଏହିପରି ମୋଟ ୮ ଟି ଜବତ ହୋଇଛି। ସେଗୁଡିକ ହେଲା ଟିଭିଏସ ଭିକ୍ଟୋର ଓଆର ୦୭ ଜି ୫୭୭୭, ହୋଣ୍ଡା ସ୍କୁଟର, ହିରୋହଣ୍ଡା ପେସନ ଓଆର ୨୫ ସି ୬୭୬୦, ଟିଭିଏସ ଆପାଚି ଏପି ୦୯ ସିଜି ୯୮୦୩, ହିରୋ ଗ୍ଲୋମର ଓଆର୦୭ ଏସ ୯୮୧୪, ବଡି ନଥିବା ଏକ ବାଇକ, ଓ ୨ ଟି ହିରୋ ମୋଟର୍ସ ବାଇକ ଇଞ୍ଜିନ। ସେହିପରି ଗୋଲିଆର ମନୋଜ ପ୍ରଧାନ(୨୩) ଙ୍କ ଠାରୁ ୩ ଟି ଗାଡି ଜବତ ହୋଇଛି। ସେଗୁଡିକ ହେଲା ହିରୋହୋଣ୍ଡା ହଙ୍କ ଓଆର ୦୮ ଇ ୪୭୨୭, ଟିଭିଏସ ଜୁପିଟର ଓଡ଼ି ୦୭ ଏଫ ୧୯୪୦, ଓ ହୋଣ୍ଡା ସିବି ସାଇନ ଓଡ଼ି ୧୨ ବି ୯୦୧୮ ଗାଡି। କୁଶପଲ୍ଲୀ ଗ୍ରାମର ସନ୍ତୋଷ ଗୌଡ଼(୧୯) ଙ୍କ ଠାରୁ ହିରୋ ଗ୍ଲୋମର ଗୋଟିଏ ଗାଡି ଜବତ ହୋଇଛି। ଚିରିକିପଡା ଗ୍ରାମର ବିଭୁତି ଚନ୍ଦ୍ର ପଟ୍ଟନାୟକ(୨୨) ଙ୍କ ଠାରୁ ୫ ଟି ଗାଡି ଜବତ ହୋଇଛି। ସେଗୁଡିକ ହେଲା ହୋଣ୍ଡା ସାଇନ ଏସପି, ହିରୋହଣ୍ଡା ପେସନ ଓଆର ୦୭ କେ ୦୩୮୬, ହୋଣ୍ଡା ସାଇନ ଓଆର ୦୭ ଏଚ ୨୪୧୧, ହିରୋ ସ୍ପଲେଣ୍ଡର ପ୍ଲସ ଓ ବଜାଜ ପଲସର ଓଆର ୦୭ ଏକ୍ସ ୮୮୯୮ ଗାଡି । ଏନେଇ ବୁଗୁଡା ଥାନା କେସ ନଂ ୫୭୯/୨୧ ପ୍ରକାରେ ଏକ ମାମଲା ରୁଜୁ ହେବାସହ ଗୋଲିଆ ଗ୍ରାମର ପ୍ରଶାନ୍ତ କୁମାର ବାଡ଼ତ୍ୟା ଓରଫ ବିଟୁ ଓ ମନୋଜ ପ୍ରଧାନ, କୁଶପଲ୍ଲୀ ଗ୍ରାମର ସନ୍ତୋଷ ଗୌଡ଼ ଏବଂ ଚିରିକିପଡା ଗ୍ରାମର ବିଭୁତି ଚନ୍ଦ୍ର ପଟ୍ଟନାୟକ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here