ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଭୋଟର ସଚେତନତା ରଥ ଶୁଭାରମ୍ଭ

0
217

ବ୍ରହ୍ମପୁର:ଉପ-ଜିଲ୍ଲାପାଳଙ୍କ କାର୍ଯାଳୟ ଠାରେ ଉପଖଣ୍ଡ ସ୍ତରୀୟ ଭୋଟର ସଚେତନତା ରଥକୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭରମ୍ବ କରିଛନ୍ତି l ଚଳିତ ତା.01 ନଭେମ୍ବର ଠାରୁ ତା.30 ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ ।ଯେଉଁ ମାନେ 18 ବର୍ଷରୁ ଉର୍ଦ୍ଧ ଭୋଟର ନାମ ପଞ୍ଜିକରଣ କରିନାହାନ୍ତି ସେହି ମାନଙ୍କୁ ଶୀଘ୍ର ପଞ୍ଜିକରଣ କରିବା ପାଇଁ କୁହାଯାଇଛି l onlineରେ www.nvsp.in କିମ୍ଵା voter helpline ମୋବାଇଲ ଆପ କିମ୍ୱା ଉପଖଣ୍ଡ ଭୋଟର ସହାୟତା କେନ୍ଦ୍ରରେ ପଞ୍ଜିକରଣ କରିପାରିବେ l
ବ୍ରହ୍ମପୁର ଉପଖଣ୍ଡର ସମସ୍ତ ବ୍ଲକ, ତହସିଲ ଓ ଗ୍ରାମପଞ୍ଚାୟତ ସ୍ତରରେ ଏହି ସଚେତନତା ରଥ ବୁଲି ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ କିଭଳି ନାମ ପଞ୍ଜିକରଣ ଓ ସଂଶୋଧନ କରାଯାଇପାରିବ ସେ ସମ୍ବନ୍ଧରେ ସଚେତନ କରାଯିବ l ବ୍ରହ୍ମପୁର ଉପଖଣ୍ଡର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ମଧ୍ୟ ସଚେତନତା କରାଯିବ l

ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଶ୍ରୀ ୱି.କୀର୍ତ୍ତୀ ୱାସନ, ଡେପୁଟି କଲେକ୍ଟର ଶ୍ରୀମତୀ ଶୁଭଶ୍ରୀ ରଥ,ସହକାରୀ ଜିଲ୍ଲାପାଳ ଶ୍ରୀ ଡ଼ି.ମଲେଶ୍ୱର ପାତ୍ର, ଶ୍ରୀ ବିନୋଦ କୁମାର ବେହେରା ଓ ଶ୍ରୀ ପ୍ରଦୀପ କୁମାର ମହାରଣା ସମେତ କାର୍ଯାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here