“ମାନବ ସେବା ହିଁ ମାଧବ ସେବା” ୯୦ ନିରାଶ୍ରୟଙ୍କୁ ସେବା ପ୍ରଦାନ କରିଛି “ଟିମ କ୍ଲିନ ସିଟି”

0
224

ବ୍ରହ୍ମପୁର: ମାନବ ସେବା ହିଁ ମାଧବ ସେବା। ଏହି ଉକ୍ତିକୁ ଆଧାର କରି ସାମାଜିକ ସେବା କାର୍ଯ୍ୟ ଜାରି ରଖିଛି ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି। ଗତ ଦୁଇ ବର୍ଷରୁ ଅଧିକ କାଳ ଧରି ଟିମ ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଟିମ ସଦସ୍ୟଙ୍କ ଦ୍ୱାରା ରାସ୍ତା କଡରେ ଖୋଲା ଆକାଶ ତଳେ ଦୁର୍ବିଶହ ଜୀବନ ବିତାଉଥିବା ନିରାଶ୍ରୟ ତଥା ମାନସିକ ବିକୃତ ବ୍ୟକ୍ତି ବିଶେଷଙ୍କୁ ଉଦ୍ଧାର କରି ସେବା ଯୋଗାଇବା ଓ ଅନ୍ୟତ୍ର ସ୍ଥାନାନ୍ତର କରିବା ସବୁ ମହଲରେ ପ୍ରଶଂସନୀୟ ହୋଇଛି। ଆଜି ଶିଶୁଡିବସ ଅବସରରେ ଟିମ ପକ୍ଷରୁ ସହରରେ ମେଡିକାଲ ଛକ ଓ ଗୋଶାଣିନୁଆଗାଁ ନିକଟରୁ ରାଜୁ ଓ ମହେନ୍ଦ୍ର ସାହୁ ଭଳି ଦୁଇ ବ୍ୟକ୍ତିଙ୍କୁ ସେବା ପ୍ରଦାନ କରାଯାଇଥିଲା। ଉଭୟେ ବର୍ଷା ଓ ଶୀତ ରାତିରେ ରାସ୍ତାକଡରେ ପଡିରହିଥିଲେ। ଏପରିକି ପିନ୍ଧିଥିବା ବସ୍ତ୍ରରେ ପରିସ୍ରା ଓ ଝାଡ଼ା ଫେରିଦେଇଥିଲେ। ପରିତ୍ୟକ୍ତ ଅବସ୍ଥାରୁ ଉଭୟଙ୍କୁ ଉଦ୍ଧାର କରି ସଫା କରିବା ପରେ ନୂତନ ବସ୍ତ୍ର ପିନ୍ଧାଇ ଦିଆଯାଇଥିଲା। ଏବଂ ଉଭୟଙ୍କୁ ଚାହା ଓ ଟିଫିନ ଦେବା ପରେ ସେମାନେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ। ରାଜୁ ଓ ମହେନ୍ଦ୍ରଙ୍କ ସହିତ ଟିମ ପକ୍ଷରୁ ଆଜି ପର୍ଯ୍ୟନ୍ତ ମୋଟ 90ଜଣ ନିରାଶ୍ରୟଙ୍କୁ ସେବା ଯୋଗାଇବାରେ ସଫଳ ହୋଇଛି ଟିମ କ୍ଲିନ ସିଟି। ଏହା ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ଲାଗିଥିବା ବେନିୟମ ପୋଷ୍ଟରଗୁଡିକୁ ମଧ୍ୟ ଟିମ ସଦସ୍ୟଙ୍କ ଦ୍ୱାରା ବାହାର କରାଯାଇଛି। ଆଜିର ଏହି ସାପ୍ତାହିକ ସେବା କାର୍ଯ୍ୟରେ ଟିମର ବହୁ ସଦସ୍ୟ ସକ୍ରିୟ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here