କଫ ସିରଫରେ ବିଷ ମିଶାଇ ତିନି ବର୍ଷର ଶିଶୁକୁ ହତ୍ୟା କଲା ସାବତ ବାପା; ଅଭିଯୋଗ ଆଣିଲେ ମା

0
193

ରାଇଘର: ସାବତ ବାପା ୩ଵର୍ଷ ର ନିଷ୍ପାପ ଶିଶୁ ର କଫ ସିରଫ ଔଷଧ ରେ ବିଷ ମିଶେଇବା ଫଳରେ ଶିଶୁର ମୃତ୍ୟୁ ଘଟିଲା ଏନେଇ ମା ଆଣିଲେ ଅଭିଯୋଗ ଆଣିବା ସହ ଥାନା ରେ ଦେଲେ ଏତଲା ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ |
ସୂଚନା ପ୍ରକାରେ ,ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ କୋସକଙ୍ଗା ଗ୍ରାମପଞ୍ଚାୟତ ର ଜଡ଼ାପରା କଲୋନୀ ଗ୍ରାମର ଗାୟତ୍ରୀ ଗଣ୍ଡଙ୍କ ପୁଅ ଆକାଶ ଗଣ୍ଡ ଗତ ଦୁଇ ଦିନ ଧରି ଥଣ୍ଡା କାଶ ରେ ପୀଡ଼ିତ ଥିଲେ। ତାଙ୍କୁ ସୁସ୍ଥ ହେବା ନିମନ୍ତେ ସାବତ ବାପା ଆଣିଥିବା କଫ ସିରଫ ଦେଇଥିଲେ ମା କଫ ସିରଫ ପିଇବା ର କିଛି ସମୟ ମଧ୍ୟ ରେ ଶିଶୁ ପୁତ୍ର ର ମୃତ୍ୟୁ ହୋଇଥିଲା। ପ୍ରକାଶ ଥାଉ କି, ଗାୟତ୍ରୀ ଗଣ୍ଡ ତିନି ବର୍ଷ ପୂର୍ବେ ଭଇଁଶାଡିହି ଗ୍ରାମର ଜଣେ ବ୍ୟକ୍ତି ଙ୍କ ସହିତ ଶାରୀରିକ ସମ୍ପର୍କ ରଖି ତାଙ୍କର ଅର୍ଶରୁ ଏହି ଆକାଶ ଶିଶୁ ଜନ୍ମ ହୋଇଥିଲା l ସେହି ଭଇଁଶାଡିହିର ବ୍ୟକ୍ତି ସ୍ତ୍ରୀ ଓ ପୁଅ କୁ ରଖିଲେ ନାହିଁ l ଗତ ତିନି ମାସ ହେବ ଗାୟତ୍ରୀ ଗଣ୍ଡ ଆମାବେଡା ଗ୍ରାମର ଗାଁ ବୁଲା କ୍ଵାକ ବିଶନାଥ ଗଣ୍ଡ କୁ ବିବାହ କରିଥିଲେ l ହେଲେ ଗତ ଦୁଇ ଦିନ ଧରି ଥଣ୍ଡା କାଶ ହେବାରୁ ବିଶ୍ଵନାଥ ଗଣ୍ଡ ଏକ ଔଷଧ ବୋତଲ ରେ ବିଷ ମିଶାଇ ପିଇବାକୁ ଦେଇଥିଲା ବୋଲି ଗାୟତ୍ରୀ ଗଣ୍ଡ ଆଜି କୁନ୍ଦେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠି ଏହାକୁ ଛାନବିନ ତଦନ୍ତ କରି ବିଶନାଥ ଗଣ୍ଡ ୩୧/୨୩ରେ ଏକ କେସ କରି କୋର୍ଟ ଚାଲାଣ କରିଛନ୍ତି l ଏପଟେ ଡାକ୍ତର ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତରିତ କରିଛନ୍ତି l ପ୍ରକାଶ ଥାଉକି ସେ ଏକ ଗରିବ ଶ୍ରେଣୀର ପରିବାର ହୋଇଥିବା ବେଳେ ଗାଁ ରେ କୌଣସି ସମ୍ପର୍କୀୟ ପରିବାର କେହି ନାହାନ୍ତି l ସରକାରଙ୍କ ସହାୟତା ପାଇଁ ଗ୍ରାମ ବାସି ଦାବି କରିଛନ୍ତି l

ରିପୋର୍ଟ:କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here