ଶିକ୍ଷକ ଙ୍କ ପଦବୀ ଲାଳସା, ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ଦେଉନାହାନ୍ତି ସହକାରୀ ଶିକ୍ଷକ, ବିଇଓ ଙ୍କ ଚିଠି ପରେ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି

0
1692

ବେଗୁନିଆପଡା: ସହକାରୀ ଶିକ୍ଷକଙ୍କ ପଦବୀ ଲାଳସା। ବରିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପରେ ବି ପ୍ରଧାନ ଶିକ୍ଷକ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି । ଏପରି ଏକ ନଜିର ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟଟି ହେଉଛି ବ୍ଲକର ସର୍ବୋଚ୍ଚ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରଧାନ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତି ଦିଆଯାଉନଥିଲା। ଯିଏ ବି ନିଯୁକ୍ତି ପାଇଁ ଆସୁଥିଲା ତାଙ୍କୁ ଏହି ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷକ ପରୋକ୍ଷରେ ବିଭିନ୍ନ ରାସ୍ତା ନେଇ ଏହି ବିଦ୍ୟାଳୟରେ ନିୟୋଜିତ ନହେବା ପାଇଁ ବାଧ୍ୟ କରୁଥିଲେ। ସୂଚନା ପ୍ରକାରେ ଏହି ବିଦ୍ୟାଳୟରେ ଦାୟିତ୍ୱରେ ଥିବା ଶିକ୍ଷକ ହେଉଛନ୍ତି ପ୍ରକାଶ ଚନ୍ଦ୍ର ସେଠୀ। ନିକଟରେ ଏହି ବିଦ୍ୟାଳୟକୁ ଲେବଲ ୪ ଶିକ୍ଷକ ସୀମାଞ୍ଚଳ ଜେନା ପଦୋନ୍ନତି ପାଇ ଏଠାକୁ ଆସିବାର ୧୫ ଦିନ ବିତିଯାଇଥିଲେ ବି ପ୍ରକାଶ ଚନ୍ଦ୍ର ସେଠୀ ତାଙ୍କୁ ବିଭିନ୍ନ ଆଳ ଦେଖାଇ ଦାୟିତ୍ୱ ପ୍ରଦାନ କରୁନଥିବା ବେଳେ, ବେଗୁନିଆପଡା ବିଇଓ କମଳାକାନ୍ତ ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ ଲିଖିତ ନିର୍ଦ୍ଦେଶ ଦେଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ। ଯାହା ବିଇଓଙ୍କ ସୂତ୍ରରୁ ପ୍ରକାଶ ପାଇଛି । ପଦବୀ ଲାଳସା ରେ ସେ ଦାୟିତ୍ୱ ପ୍ରଦାନ କରୁନଥିବା ବେଳେ ଏହି ଘଟଣା ସ୍ଥାନୀୟ ବୁଦ୍ଧିଜୀବୀ ମହଳକୁ ଆନ୍ଦୋଳିତ କରୁଛି । ଏପରିକି ଗଂଜାମ ଜିଲ୍ଲା ଜିଲ୍ଲାପାଳ ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଦାବି ହୁଏ ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here