ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ

0
246

ବ୍ରହ୍ମପୁର :ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ SVEEP ON WHEEL ସଚେତନତା କାର୍ଯ୍ୟକ୍ରମ ଶୁଭରମ୍ବ ହଇଯାଇଛି l ମୁଖ୍ୟ ଅଥିତି ଭାବେ ଶ୍ରୀ ଯୁକ୍ତ ବିଜୟ ଅମୃତା କୁଲାଙ୍ଗେ,ଜିଲ୍ଲାପାଳ, ଗଞ୍ଜାମ ଯୋଗ ଦେଇଥିବା ବେଳେ ସନ୍ନମାନିତ ଅତିଥିଭାବେ ଡ଼.ସିଦ୍ଧେଶ୍ବର ବଳିରାମ ବନ୍ଧାର,କମିଶନର ମାହାନଗର ନିଗମ,ବ୍ରହ୍ମପୁର, ଶ୍ରୀ ୱି. କୀର୍ତ୍ତୀ ୱାସନ, ଉପ-ଜିଲ୍ଲାପାଳ, ବ୍ରହ୍ମପୁର, ଯୋଗଦେଇ ଭୋଟର ସଚେତନତା ସଂକ୍ଷିପ୍ତ କାର୍ଯ୍ୟକ୍ରମକୁ ଶୁଭରମ୍ବ କରିଛନ୍ତି l ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଗତ ତା.01.11.2021ରେ ସମସ୍ତ ଭୋଟର କେନ୍ଦ୍ରରେ ଭୋଟର ତାଲିକା ଚିଠାର ପ୍ରକାଶନ ହୋଇସାରିଛି, ଗତ ତା.07.11.2022ରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି l ଭୋଟର ମାନଙ୍କର ନିଜର ନାମ ଭୋଟର ତାଲିକାରେ ଯାଞ୍ଚ କରିବା ସହ ନୂତନ ଭୋଟର ମାନଙ୍କୁ ନିଜ ମୋବଇଲ ମାଧ୍ୟମରେ voter helpline ଆପ ଦ୍ୱାରା କିମ୍ଵା www.nvsp.in ମାଧ୍ୟମରେ ନିଜର ନାମ ଯୋଗ, ବାଦ, ସଂଶୋଧନ କିମ୍ବା ସ୍ଥାନ୍ତରଣ କରିବା ପାଇଁ ସ୍ଥାନୀୟ ବି.ଏଲ.ଓଙ୍କୁ ଅନୁରୋଧ କରିବା ସହିତ online ରେ ମଧ୍ୟ ଆବେଦନ କରିପାରିବେ କିମ୍ୱା
ଉପଖଣ୍ଡ ଭୋଟର ସହାୟତା କେନ୍ଦ୍ରରେ ପଞ୍ଜିକରଣ କରିପାରିବେ l ଆସନ୍ତା ତା. 21.11.2022 ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି l ଭୋଟର ମାନଙ୍କ ସଚେତନତା ସକାଶେ SVEEP(Systematic Voters Education and Electroral Participation ) “SVEEP ON WHELLS ” ନାମକ ରଥ ବ୍ରହ୍ମପୁର ଉପଖଣ୍ଡ ସ୍ତରରେ ଥିବା ସମସ୍ତ ମହାବିଦ୍ୟାଳୟ କୁ ଭ୍ରମଣ କରିବା ସହିତ ରଥ ବୁଲି ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ କିଭଳି ନାମ ପଞ୍ଜିକରଣ ଓ ସଂଶୋଧନ କରାଯାଇପାରିବ ସେ ସମ୍ବନ୍ଧରେ ସଚେତନ କରାଯିବ l

ଆସନ୍ତା କାଲି ବ୍ରହ୍ମପୁର ଉପଖଣ୍ଡର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ପୂର୍ବାହ୍ନ 11.11 ମିନିଟ ସମୟରେ 11111 ଛାତ୍ରଛାତ୍ରୀଙ୍କୁ ନେହିଁ ଭୋଟର ସଚେତନତା ରାଲି ନିଜ ନିଜ ମହାବିଦ୍ୟାଳୟରେ କରାଯିବ l ସମସ୍ତ ମହାବିଦ୍ୟାଳୟ ରେ କୁଇଜ଼ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ତା.22.11.2021 ରିଖ ଠାରୁ ତା 24.11.2021ମଧ୍ୟରେ ଉପଖଣ୍ଡ ସ୍ତରୀୟରେ କୁଇଜ଼, ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ପ୍ରତିଯୋଗିତାରେ କୃତକାର୍ଯ୍ୟ ହଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ l

ଏହି କାର୍ଯ୍ୟକ୍ରମରେ ଶ୍ରୀ ଆଦ୍ୟତ କୁମାର ସ୍ୱାଇଁ, ଡେପୁଟି କମିଶନର, ମାହାନଗର ନିଗମ ବ୍ରହ୍ମପୁର, ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର ତହସିଲଦାର ବ୍ରହ୍ମପୁର,ସହକାରୀ ଜିଲ୍ଲାପାଳ ଶ୍ରୀ ଡ଼ି.ମଲେଶ୍ୱର ପାତ୍ର ଓ ସମସ୍ତ ବି.ଏଲ.ଓ ସମେତ କାର୍ଯାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here