କନ୍ଧମାଳ ଜ଼ିଲ୍ଲାର ଉପାନ୍ତ ଅଞ୍ଚଳ ରେ ବିଏସଏନଏଲ ୪ଜି ନେଟୱାର୍କ ସେବା ମିଳିବ କେବେ ?

0
259

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲାର ଅର୍ଦ୍ଧାଧିକ ପଂଚାୟତ ଓ ଗାଁ ଗୁଡିକରେ ବିଏସଏନଏଲର ୪ଜି ନେଟୱାର୍କ ସୁବିଧା ନାହିଁ l ଯାହା ଫଳରେ ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l କନ୍ଧମାଳ ଜିଲ୍ଲାର ଉପାନ୍ତ ଅଂଚଳର ୧୦୯୪ ଟି ଗ୍ରାମର ଲୋକଙ୍କୁ ବିଏସଏନଏଲ ୪ଜି ସେବା ଅତିଶିଘ୍ର ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା l ହେଲେ ଏ ଯାଏ କୌଣସି ବିଏସଏନଏଲ ଟାୱାର ପ୍ରତିଷ୍ଠା ହୋଇ ପାରିନାହିଁ l ତେଵେ ଗତ ୭ମାସ ତଳେ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ରେଳବାଇ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ ଜିଲାର ସବୁ ଗ୍ରାମକୁ ନେଟୱାର୍କ ସୁବିଧା ଦିଆଯିବ ବୋଲି ଘୋଷଣା କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ରୁ ଯୋଡି ହୋଇଥିଲେ। କନ୍ଧମାଳ ଜିଲାର ପ୍ରାୟ ୧୦୯୪ ଟି ଉପାନ୍ତ ଗ୍ରାମରେ ଛ ମାସ ଠାରୁ ଏକ ବର୍ଷ ମଧ୍ୟରେ ବିଏସଏନଏଲ ଟାୱାର ବସାଯାଇ ନେଟୱାର୍କ ସେବା ଯୋଗାଇ ଦିଆଯିବ ବୋଲି ବିଏସଏନଏଲ ବିଭାଗର ଏଜିଏମ ଶିବ ପ୍ରସାଦ ସାମନ୍ତରାୟ ମଧ୍ୟ ସୂଚନା ଦେଇଥିଲେ ଓ ଏହା ଦ୍ୱାରା ଉପାନ୍ତ ଅଂଚଳର ଲୋକମାନେ ବିଏସଏନଏଲ ସେବା ପାଇବା ସହିତ ଅନ ଲାଇନ ପାଠ ପଢା ହେଉ କି ଆମ୍ବୁଲାନ୍ସ କୁ ଫୋନ କରିବା ଭଳି ଜରୁରୀ କାଳୀନ ସୁବିଧା ସୁଯୋଗ ପାଇପାରିବେ ବୋଲି କହିଥିଲେ l ସେହିପରି ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ମଧ୍ୟ କନ୍ଧମାଳ ଜିଲାରେ ୪ଜି ମୋବାଇଲ ନେଟୱାର୍କ ସେବା ଯେପରି ସବୁ ଗାଁ ରେ ପହଂଚିବ ସେନେଇ ଯଥା ସାଧ୍ୟ ଉଦ୍ୟମ କରୁଛନ୍ତି l ସେ ମଧ୍ୟ ରେଳବାଇ, ଟେଲି ଯୋଗାଯୋଗ,ଇଲେକ୍ଟ୍ରୋନିକସ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଭେଟି ବହୁବାର ଆଲୋଚନା କରିଛନ୍ତି l କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କନ୍ଧମାଳ ଜିଲାର ଉନ୍ନତି ପାଇଁ ଦେଶରେ କାର୍ଯ୍ୟରତ ସମସ୍ତ ଟେଲି ଯୋଗାଯୋଗ ପ୍ରଦାନକାରୀ ସଂସ୍ଥା ଙ୍କୁ ସେମାନଙ୍କ ନେଟୱାର୍କ ପ୍ରତିଷ୍ଠା କରିବାଲାଗି ନିର୍ଦେଶ ଦିଆଯାଇଥିବା ନେଇ ପତ୍ର ମାଧ୍ୟମ ରେ ସଂସଦ ଡ଼ଃ. ସାମନ୍ତ ଙ୍କୁ ଜଣାଇଛନ୍ତି ଏ ନେଇ ସେ ଉଦ୍ୟମ ଜାରୀ ରଖିଛନ୍ତି ଆଉ ଅତିଶୀଘ୍ର ଟାୱାର ପ୍ରତିଷ୍ଠା ନେଇ ସେ ବେଶ ଆଶାବାଦୀ ଅଛନ୍ତି l ତଥାପି ଟାୱାର ପ୍ରତିଷ୍ଠା ହେଇପାରୁନ ଥିବା ଫଳରେ ଲୋକେ ଆନ୍ଦୋଳନ ମଧ୍ୟ କରୁଛନ୍ତି l ତଥାପି କାମ ହେଇପାରୁନି କେବେ ଏସବୁ ପ୍ରତିଷ୍ଠା ହେବ ପଚାରିଲେ କୌଣସି ସଠିକ ଉତ୍ତର ମଧ୍ୟ ମିଳୁନି l ଏପରି ସ୍ଥଳେ କନ୍ଧମାଳ ଜିଲ୍ଲା ଉପାନ୍ତ ଅଞ୍ଚଳର ଜନସାଧାରଣ ୪ଜି ନେଟୱାର୍କ ସେବାର କେବେ ସୁଫଳ ପାଇବେ ତାହା ଦେଖିବାକୁ ବାକି ରହିଲା l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here