ଦକ୍ଷିଣାଞ୍ଚଳ ଆଞ୍ଚଳିକ କମିସନରଙ୍କ ଗଜପତି ଗସ୍ତ

0
257

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଗଜପତି ଜିଲ୍ଲା ରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ କୁ ଦୃଷ୍ଟୀ ରେ ରଖି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଉଭୟ ପୋଲିସ୍ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ତତ୍ପର ଦେଖାଇ କଡ଼ା କଡ଼ି କରୁଛନ୍ତି। ଏହା ସହ କରୋନା ରୋଗୀଙ୍କ ଆରୋଗ୍ୟ ପଇଁ ଗଜପତି ଜିଲ୍ଲା ରେ ଗୋଟିଏ କୋଭିଦ ମେଡିକାଲ ସହ ଦୁଇଟି କେଭିଡ କେର୍ ପ୍ରତିଷ୍ଠା କରାଯାଇଥିବା ବେଳେ ବିଭିନ୍ନ ସ୍ଥାନ ରେ ସଂଗରୋଧ କେନ୍ଦ୍ର ଖୋଲାଯାଇଛି। ମୋହନା ପୋଲିସ୍ ପକ୍ଷରୁ ସହର ରେ କଡ଼ା କଡ଼ି ଯାଞ୍ଚ କରିବା ସହିତ ଅମନିଆ ମାନଙ୍କୁ ତାଗିଦ୍ କରିବା ସହିତ ଜୋରିମାନା ଆଦାୟ କରୁ ଥିବା ଦେଖିବାକୁ ମିଳିଥିଲା। ତେବେ ଗଜପତି ଜିଲ୍ଲା ରେ କିଭଳି ପରିସ୍ଥିତି ଅଛି ତାହା ପରଖିବା ପାଇଁ ଆଜି ଦିନିକିଆ ଗସ୍ତ ରେ ଆସିଛନ୍ତି ଦକ୍ଷିଣାଞ୍ଚଳ ମୂଖ୍ୟ ତଥା ଆଞ୍ଚଳିକ ଡେପୁଟି କମିସନର। ଗଜପତି ଜିଲ୍ଲା ରେପହଞ୍ଚି ବିଭିନ୍ନ ସ୍ଥାନ ପରିଦର୍ଶନ କରି ଜିଲ୍ଲାର ପ୍ରବେଶ ପଥ କମଳା ପୂର୍ ନାକା ପଏଣ୍ଟ ରେ ଅନୁଧ୍ୟାନ କରିବା ସହିତ ବିଭିନ୍ନ କୋଭିଡ କେର ସେଣ୍ଟର୍ ସ୍ଥିତି ଉପରେ ବିଭାଗୀୟ ଅଧିକାରି ଙ୍କୁ ପଚାରି ବୁଝି ଥିଲେ।

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here