ଅବସର ନେଲେ ବୁଗୁଡା ଏ.ବି.ଇ.ଓ. ପିତାମ୍ବର ବିଷୋୟୀ ଓ ଦୁଇଜଣ ସହକାରୀ ଶିକ୍ଷକ

0
434

ବୁବୁଡା: ବୁଗୁଡା ବ୍ଲକ ଏ.ବି.ଇ.ଓ. ପିତାମ୍ବର ବିଷୋୟୀ ଜୁନ ୩୦ ତାରିଖ ଦିନ ଅବସର ନେଇଥିବା ବେଳେ ବିଇଓ ଅଫିସ ପକ୍ଷରୁ ଭବ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶ୍ରୀ ବିଷୋୟୀ ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ବେଳେ ପଦୋନ୍ନତି ପାଇ ବୁଗୁଡା ବ୍ଲକ ଏ.ବି.ଇ.ଓ. ଭାବେ ନିଯୁକ୍ତି ପାଇଥିଲେ। ସେ ଜଣେ ଅତି ଉତ୍ତମ ପ୍ରଧାନ ଶିକ୍ଷକ ଓ ପ୍ରଶାସନିକ ଅଧିକାରୀ ଭାବେ ସମସ୍ତଙ୍କ ପ୍ରିୟ ଭାଜନ ଥିଲେ। ସେହିପରି ଏ.ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କୁମାର ହୋତା ଓ ବେଲପଡ଼ା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଖଦାଳ ବେହେରା ଦୁଇ ଜଣ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ସମସ୍ତଙ୍କୁ ବିଇଓ ପ୍ରଶନ କୁମାର ବେହେରା ଅସ୍ଥାୟୀ ପେନସନ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୁଗୁଡାର ଅନ୍ୟତମ ଏ.ବି.ଇ.ଓ. ପ୍ରମୋଦ ଚନ୍ଦ୍ର ସେନାପତିଙ୍କ ସମେତ ବି.ଆର.ଟି. ସୋନାଲିନ ପଣ୍ଡା, ମୁଖ୍ୟ କିରାଣୀ ଭାସ୍କର ଚନ୍ଦ୍ର ସାହୁ, କିରାଣୀ ସୁଧାଂଶୁ ଶେଖର ନାୟକ ଓ ମନୋରଞ୍ଜନ ମିଶ୍ର, ତାଳସାକର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ଏବଂ ସିଆରସିସି ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here