ସଂମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ର ପ୍ରକାଶ ନିମନ୍ତେ ସମସ୍ତ ରାଜନୈତିକ ଦଳଙ୍କ ସହ ବୈଠକ ଅନୁଷ୍ଠିତ

0
234

ଛତ୍ରପୁର: ଆଗାମୀ ୨୦୨୨ ଜାନୁଆରୀ ପହିଲା ତାରିଖରେ ସଂମ୍ପୂର୍ଣ୍ଣ ନିର୍ଭୁଲ ଭୋଟର ତାଲିକା ପ୍ରକାଶନ କରାଯିବ । ଏଥିସକାଶେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ପ୍ରସ୍ତୁତି ଚାଲିଛି । ଏହି ଭୋଟର ତାଲିକା କିପରି ସମ୍ପୂର୍ଣ୍ଣ ନିର୍ଭୁୂଲ ପ୍ରକାଶନ ହୋଇପାରିବ ସେଥିନିମନ୍ତେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୧.୧୧.୨୦୨୧ ରିଖରେ ଭୋଟର ତାଲିକାର ପ୍ରକାଶନ କରାଯାଇଅଛି । ଏହି ଭୋଟର ତାଲିକାରକୁ ଯାଂଚ କରି ଚଳିତ ମାସ ୩୦.୧୧.୨୦୨୧ ସୁଦ୍ଧା ଆପତି ଅଭିଯୋଗ ଗୁଡିକର ଶୁଣାଣି ନିମେନ୍ତ ଆବେଦନ କରିପାରିବେ । ଉକ୍ତ ସମସୟରେ ସମସ୍ତ ବୁଥ୍ ଗୁଡିକରେ ୭.୧୧.୨୦୨୧ ଏବଂ ୨୧.୧୧.୨୦୨୧ ଏହି ଦୁଇଟି ରବିବାର ଦିନ ସ୍ୱତନ୍ତ୍ର ପ୍ରଚାର କାର୍ଯ୍ୟକ୍ରମରେ ଭୋଟର ଗଣ ସେମାନଙ୍କ ଭୋଟ ତାଲିକାର ସମ୍ପୂର୍ଣ୍ଣ ସଂଶୋଧନ କରିପାରିବେ । ୨୦.୧୨.୨୦୨୧ ତାରିଖ ସୁଦ୍ଧା ସମସ୍ତ ଆପତି ଅଭିଯୋଗ ଗୁଡିକର ଫଇସଲା କରାଯାଇ ସଂଶୋଧନ ହେବ । ଆସନ୍ତା ବର୍ଷ ୫.୧.୨୦୨୨ ତାରିଖ ଦିନ ଚୂଡାନ୍ତ ସଂମ୍ପୂର୍ଣ୍ଣ ସଂଶୋଧିତ ଫୋଟ ଭୋଟର ତାଲିକା ପ୍ରକାଶନ ହେବ । ଯେଉଁ ମାନଙ୍କର ବୟସ ୧୮-୧୯ ବର୍ଷ ସେମାନେ ନୂତନ ଭାବେ ନିଜ ନାମ ଭୋଟର ତାଲିକାରେ ସଂଯୋଗ କରିପାରିବେ । ଭୋଟଦାତା ମାନଙ୍କର ସୁବିଧା ସକାଶେ ଚଳିତ ଥର ପ୍ରଥମ କରି ଭୋଟର ହେଲପିଙ୍ଗ ଆପ୍ ସୃଷ୍ଟି କରାଯାଇଅଛି । ପ୍ରତ୍ୟେକ ଭୋଟଦାତା ଏହି ଭୋଟର ହେଲପିଙ୍ଗ ଆପ୍ ଡାଉନ୍ଲୋଡ୍ କରି ସେମାନେ ଭୋଟର ତାଲିକାର ତଥ୍ୟ ପାଇପାରିବେ । ଏହି ଆପ୍ ଜରିଆରେ ନିଜ ନାମ ସଂଯୋଗ କରିପାରିବେ । ଆବଶ୍ୟକହେଲେ ଉକ୍ତ ଆପ୍ ଜରିଆରେ ଡାଉନଲୋଡ୍ କରିପାରିବେ । ଏହି ସମସ୍ତ ପ୍ରକ୍ରିୟାରେ ସମସ୍ତ ରାଜନୈତିକ ଦଳର ସହଯୋଗ କରିବା ପାଇଁ ଜିଲାପାଳ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ । ଚଳିତଥର ପ୍ରଥମ କରି ଅନଲାଇନ୍ ଆପ୍ ହେଉଥିବା ହେତୁ ଏହାର ବହୁଳ ବ୍ୟବହାର ଯେପରି ହୋଇପାରିବ ସେଥିସକାଶେ ଜିଲାପାଳ ଗୁରୁତ୍ୱ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲାପାଳ ନୀଳମାଧବ ଭୋଇଙ୍କ ସମେତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଗଣ, ସାମ୍ବାଦିକ ଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here