ଗଂଜାମରେ କାହାକୁ ଦିଆଯାଇନି ବାଣ ବିକ୍ରି ଲାଇସେନ୍ସ

0
239

ଛତ୍ରପୁର: ଆଗକୁ ଆସୁଛି ଦୀବାବଳି । ଆଲୋକର ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ପ୍ରସ୍ତୁତି ଶେଷ କଲେଣି । ତେବେ ପରିବେଶ ପ୍ରଦୂଷଣକୁ ଆଖି ଆଗରେ ରଖି ଏଥର ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପରିବର୍ତେ ଗ୍ରୀନ୍ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସଂନ୍ଧ୍ୟାରେ ଭିଡିଓ କନଫ୍ରେନ୍ସ ଜରିଆରେ ସମସ୍ତ ଅଧିକାରୀ ଙ୍କ ସହ ବୈଠକ କରିଛନ୍ତି । ଗଂଜାମ ଜିଲାରେ ମଙ୍ଗଳବାର ସୁଦ୍ଧା ଜଣକୁ ମଧ୍ୟ ବାଣ ବିକ୍ରି ପାଇଁ ଲାଇସେନ୍ସ ଦିଆଯାଇନି । କେବଳ ସବୁଜ ବାଣ ବିକ୍ରି ପାଇଁ ଆବେଦନ କରିହେବ । ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଥିଲାଗି କୌଣସି ସବୁଜ ବାଣ ବିକ୍ରି ପାଇଁ ଡିଲର ଗଂଜାମ ଜିଲାପ୍ରଶାସନ ଠାରୁ ଲାଇସେନ୍ସ ନେଇନାହାଁନ୍ତି । ସବୁଜ ବାଣ ବିକ୍ରି ପାଇଁ ଲାଇସେନ୍ସ ଆବେଦନ କରିବା ଲାଗି ପେସୋ ସାର୍ଟିଫିକେସନ ସହ ଷ୍ଟକ୍ ଯାଂଚ ଦେଖାଇବା ଜରୁରୀ ରହିଛି । ସ୍ଥାନୀୟ ତହସିଲଦାର ମାନେ ଏହି ଷ୍ଟକ୍ ଯାଂଚ କରିବେ ବୋଲି ଜିଲାପାଳ କହିଛନ୍ତି । ଉପଜିଲାପାଳ ମାନେ ଏହାକୁ ମନିଟରିଂ କରିବେ । ଉପଜିଲାପାଳ ମାନେ ନିଜ ସ୍ତରରେ ବୈଠକ କରି ସରକାର ଓ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ବୈଠକରେ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ୪ ତାରିଖ ଦିନ କେବଳ ରାତି ୮ ଟାରୁ ୧୦ ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ରହିଛି ଅନ୍ୟ ଦିନ କିମ୍ବା ଅନ୍ୟ ସମୟରେ ବାଣ ଫୁଟାଯାଇପାରିବନି । ଏହାକୁ ଧ୍ୟାନ ଦେବାକୁ ବୈଠକରେ ସମସ୍ତ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । କେଉଁଠି ମଧ୍ୟ ବିନା ଲାଇସେନ୍ସରେ ବାଣ ବିକ୍ରି ହୋଇପାରିବନି । କେବଳ ଲାଇସେନ୍ସ ନେଇ ସବୁଜ ବାଣ ବିକ୍ରି ହୋଇପାରିବ ବୋଲି କୁହାଯାଇଛି । କେଉଁଠି ବିନା ଲାଇସେନ୍ସ କିମ୍ବା ଅନ୍ୟ ବାଣ ବିକ୍ରି କଲେ ଷ୍ଟକ୍ ସିଲ୍ କରାଯିବ । ଏହାର ଖିଲାପ କଲେ ବିପର୍ଯ୍ୟୟ ଆକ୍ଟରେ ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ତହସିଲଦାର, ସ୍ଥାନୀୟ ଏନଏସି ନିର୍ବାହୀ ଅଧିକାରୀ ଓ ଥାନା ଆଇଆଇସି ମାନଙ୍କୁ ନେଇ ଗଠିତ ସ୍କ୍ୱାର୍ଡ ଏହାର ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲାପାଳ(ପ୍ରଶାସନ) ଲୀନା କୁମାରୀ ଖେସ୍, ଅତିରିକ୍ତ ଜିଲାପାଳ(ରାଜସ୍ୱ) ପ୍ରିୟ ରଂଜନ ପୃଷ୍ଟି, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲାପାଳ ନୀଳମାଧବ ଭୋଇ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here