ସିପିଆଇ ନେତା ସ୍ୱର୍ଗତ ସାକୁରା ବେହେରାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା

0
162

ଛତ୍ରପୁର: ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ସିପିଆଇ ଯୁବ ନେତା ସ୍ୱର୍ଗତ ସାକୁରା ବେହେରାଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତି ସଭା ଆଇନଜିବୀ ଆଦିତ୍ୟ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇ ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସି. ଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନ୍ ସହ -ସମ୍ପାଦକ ଦୁର୍ଯ୍ୟୋଧନ ପରିଡା, ସନ୍ତୋଷ କୁମାର ସେଠୀ, ଆର .ସନ୍ତୋଷ ରେଡ୍ଡୀ, ଏନ.ସୁକାନ୍ତ ଆଚାରୀ, ପୂର୍ଣ୍ଣଚନ୍ଦ୍ର ଗୈାଡ, ଏନ.ମୁନା ପାତ୍ର , ସ୍ୱର୍ଗତ ସାକୁରା ବେହେରାଙ୍କ ସାନ ଭାଇ ଚିଙ୍କରା ବେହେରାଙ୍କ ସମେତ ବହୁ ନେତା ଓ କର୍ମୀ ମାନେ ଯୋଗ ଦେଇ ସ୍ୱର୍ଗତ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ସାକୁରା ବେହେରାଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here