ଖୋଳଖାଳିରେ କୁକୁଡ଼ା ଫାର୍ମ ପୋଡ଼ିଦେଲା ଦୁର୍ବୃତ୍ତ

0
255

ବୁଗୁଡା : ଗଞ୍ଜାମଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମର ଶେଷଦେବ ବିଷୋୟୀଙ୍କ କୁକୁଡ଼ା ଫାର୍ମରେ କେହି ଦୁର୍ବୃତ୍ତ ଜୁଲାଇ ୨ ତାରିଖ ଦିନ ଅଗ୍ନି ସଂଯୋଗ କରି ପୋଡ଼ି ଦେଇଥିବା ନେଇ ବୁଗୁଡା ଥାନାରେ ଅଭିଯୋଗ ହୋଇଛି । ଖୋଳଖାଳି ଗ୍ରାମର ଶେଷଦେବ ବିଷୋୟୀ କୁକୁଡ଼ା ଫାର୍ମ କରିବା ପାଇଁ ଋଷିକୂଲ୍ୟା ଗ୍ରାମୀଣ ବ୍ଯାଙ୍କରୁ ଋଣ ଆଣି କୁକୁଡ଼ାଙ୍କ ପାଇଁ ଘର ତିଆରି କରି କୁକୁଡା ଚିଆଁ ଆଣିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇଥିଲେ । ସକାଳେ ଶେଷଦେବ ବିଷୋୟୀ ଦେଖିଲା ବେଳକୁ ନୂତନ ଭାବେ ନିର୍ମାଣ ହୋଇଥିବା କୁକୁଡ଼ା ଫାର୍ମଟିରେ ନିଆଁଲାଗି ଜଳୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କୁକୁଡ଼ା ଫାର୍ମ ଘରଟି ସମ୍ପୂର୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିଲା। ସେହି ଗ୍ରାମର ଅଶୋକ ମହାରଣାଙ୍କ ସହିତ ଗତକାଲି ରାତିରେ କୌଣସି କଥାକୁ ନେଇ ଶେଷଦେବ ବିଷୋୟୀଙ୍କ ସହ ଗାଳିଗୁଲଜ ହୋଇଥିଲା। ଗଣ୍ଡଗୋଳ ସମୟରେ ଅଶୋକ ମହାରଣା କୁକୁଡ଼ା ଫାର୍ମ ପୋଡ଼ି ଦେବ ବୋଲି ଧମକ ଦେଇଥିଲା। ସନ୍ଦେହ କରି ଅଶୋକ ମହାରଣାଙ୍କ ବିରୋଧରେ ବୁଗୁଡା ଥାନାରେ ଶେଷଦେବ ବିଷୋୟୀ ଅଭିଯୋଗ ପତ୍ର ଦେଇଥିଲେ। ଏତଲାକୁ ଆଧାର କରି ପୋଲିସ ଖୋଳଖାଳି ଗ୍ରାମର ଅଶୋକ ମହାରଣା ଘରକୁ ଯାଇ ପଚାର ଉଚରା କରିଥିବା ବେଳେ ଅଶୋକ କେଉଁ ଆଡେ ଫେରାର ହୋଇଯାଇଥିବା ଜଣାପଡିଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here