ଶାଳିଆ ଡ୍ୟାମ ଠାରେ ଦମ୍ପତିଙ୍କୁ ଆକ୍ରମଣ କରି ବହୁ ଓଜନର ସୁନା ଲୁଟ, ଲୋକ ଭୟଭୀତ

0
340

ବେଗୁନିଆପଡା :ରବିବାର ରାତି ୮ ଟା ସମୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସୀମାନ୍ତରେ ଥିବା ଶାଳିଆଡ୍ୟାମ ରାସ୍ତାରେ ଏକ ଦମ୍ପତିଙ୍କୁ ଆକ୍ରମଣ କରି ଦୁର୍ବୁତ୍ତ ବହୁ ଓଜନର ସୁନା ଲୁଟ୍ କରିବା ସହ ରକ୍ତାକ୍ତ ଆଘାତ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତିତିରିଡି ଗ୍ରାମର କଲ୍ୟାଣ ଜେନା ଓ ତାଙ୍କ ପତ୍ନୀ ପୂଜା ନାହାକ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଲୁଗାଁ ଯାଇ ସେଠାରୁ କାର୍ଯ୍ୟ ସାରି ବାଣପୁର ଦେଇ ଶାଳିଆ ଡ୍ୟାମ ଦେଇ ନିଜ ଗାଁକୁ ଫେରୁଥିବା ବେଳେ ମା ଡୋମଣି ଙ୍କ ପୀଠ ନିକଟ ରାସ୍ତାରେ ଏକ ସ୍କୁଟିରେ ୩ ଜଣ ଦୁର୍ବୁତ୍ତ ଆସି କଲ୍ୟାଣଙ୍କ ବେକରେ ଛୁରୀ ଲଗାଇବା ପରେ ତାଙ୍କ ପତ୍ନୀ ହଠାତ ଅଟକାଇବା ବେଳେ ସେମାନେ ତାଙ୍କ ହାତକୁ ଆଘାତ ଦେଇ ପୂଜାଙ୍କ ବେକରେ ଥିବା ବହୁ ପରିମାଣ ଓଜନର ସୁନା ଲୁଟ କରି ନେଇ ବାଣପୁର ରାସ୍ତାରେ ଚାଲିଯାଇଥିଲେ। ଆହତ ପୂଜାଙ୍କୁ ଚିକିତ୍ସା ପାଇଁ ସୁମଣ୍ଡଳ ମେଡିକାଲ କୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ନଥିବା ଯୋଗୁଁ ତାଙ୍କୁ କୋଦଳା ମେଡିକାଲ ନିଆଯାଇଥିଲା। ଆଜି ବାଣପୁର ଥାନାରେ ପୂଜା ଲିଖିତ ଏତଲା ଦେଇଥିବା ପ୍ରକାଶ କରିଛନ୍ତି। ଏହି ସ୍ଥାନରେ ୨ ମାସ ଆଗରୁ ନୂଆଗଡର ଜଣେ ବ୍ୟବସାୟୀଙ୍କ ଠାରୁ ଦୁର୍ବୁତ୍ତ ଟଙ୍କା ଓ ମୋବାଇଲ ଲୁଟ କରିବା ସହ ଗତକିଛି ଦିନ ତଳେ ଅଙ୍ଗାରଗାଁ ର ଏକ ବ୍ୟବସାୟୀଙ୍କ ଠାରୁ ଗାଡି ଓ ଟଙ୍କା ଲୁଟ୍ ହୋଇଥିଲା ।ଆଜିର ଲୁଟ ସେହି ସ୍ଥାନରେ ୩ୟ ଘଟଣା। ଫଳ ରେ ଲୋକ ମାନେ ସେହି ବାଟ ଦେଇ ବର୍ତ୍ତମାନ ଯିବା ଆସିବା କରିବା ପାଇଁ ଉପଯୁକ୍ତ ମଣୁ ନାହାନ୍ତି । ପୂର୍ବ ଦୁଇ ଘଟଣାର ଦୃବର୍ତ୍ତମାନ ଙ୍କୁ ଧରିବାରେ ବାଣପୁର ଥାନା ପୁଲିସ ସକ୍ଷମ ହୋଇ ନ ଥିବା ବେଳେ ତୃତୀୟ ଘଟଣା ରେ ବାଣପୁର ପୋଲିସ କଣ କରୁଛି ତାହା ଦେଖିବାକୁ ବାକି ରହିଲା

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here