ଗାଲେରୀ କଲେଜ ପିଅନ ଙ୍କୁ ବିଦାୟ ସମ୍ବର୍ଦ୍ଧନା

0
274

ଭଞ୍ଜନଗର :ଭଞ୍ଜନଗର ବ୍ଲକ ସ୍ଥିତ ଗାଲେରୀ ଦଣ୍ଡପାଣି ମହାରଥୀ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ କଲେଜ ଆରମ୍ଭ ରୁ କାଯ୍ୟରତ ଥିବା ପିଅନ ବିଜୟ କୁମାର ବିଷୋୟୀ ଙ୍କୁ କଲେଜ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏଥି ନିମନ୍ତେ କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହେମନ୍ତ କୁମାର ମହାରଣା,ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ରଙ୍କନିଧି ପ୍ରଧାନ ଓ ପିଅନ ବିଜୟ କୁମାର ବିଷୋୟୀ ପ୍ରମୁଖ ମଞ୍ଚାସୀନ ଥିଲେ। କଲେଜ ପକ୍ଷରୁ ବିଜୟ କୁମାର ବିଷୋୟୀଙ୍କୁ ଏହି ଅବସରରେ ପୁଷ୍ପଗୁଚ୍ଛ, ଉପଢ଼ୋକନ ଓ ଉପହାର ପ୍ରଦାନ କରାଯାଇଥିଲା। ମଞ୍ଚାସୀନ ଅତିଥି ଙ୍କ ସମେତ ଅଧ୍ୟାପକ ଦିବ୍ୟ ଲୋଚନ ବିଶ୍ୱାଳ, ଅଶ୍ୱିନୀ କୁମାର ଗୌଡ଼,ଦୁର୍ଗା ମାଧବ ଦାସ,ସିତେଶ ଦାସ ପ୍ରମୁଖ କଲେଜରେ ବିଜୟଙ୍କ ରହଣି ମଧ୍ୟରେ କାଯ୍ୟ ଦକ୍ଷତା କୁ ପ୍ରଶଂସା କରିଥିଲେ। ଏଥି ସହିତ ତାଙ୍କର ଆଗାମୀ ସମୟ ସୁଖ,ଶାନ୍ତି ଓ ନିରାମୟରେ ଅତିବାହିତ ହେଉ ବୋଲି କାମନା କରିଥିଲେ। ଛାତ୍ର ଗୌରବ କୁମାର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ଦୁର୍ଗା ମାଧବ ଦାସ ସଭା ସଂଯୋଜନା କରିଥିଲେ। କଲେଜ କର୍ମଚାରୀ ବିରୂପାକ୍ଷ,ବଙ୍ଗାଳି ଙ୍କ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here