କନିଆରିବାଡି ଠାରେ ରାମଚରିତ ମାନସ ପାରାୟଣ ଏବଂ ପ୍ରବଚନ କାର୍ଯ୍ଯକ୍ରମ ଆରମ୍ଭ

0
240

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କନିଆରୀବାଡ଼ି ଗ୍ରାମରେ ଶ୍ରୀରାମଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗ୍ରାମରେ ଥିବା ଶ୍ରୀ ନିତାଇ ଗୌରୀ ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ପଣ୍ଡିତ ଡଃ ହରିକୃଷ୍ଣ ବାଦଲ ଜି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ପ୍ରବଚନ ପ୍ରଦାନ କରୁଛନ୍ତି । ଏଥିସହିତ ଆଚାର୍ଯ୍ୟ ଭାବେ ଦାମୋଦର ମହାରାଜ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସକାଳ ୮ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପାରାୟଣ ଚାଲୁଥିବା ବେଳେ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଚାଲୁରହୁଛି । ଏଥିରେ ଗ୍ରାମବାସୀ ମାନେ ଉପସ୍ଥିତ ରହିବା ସହ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ଦୈନିକ ବହୁ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରବଚନ ଶୁଣୁଛନ୍ତି ।କନ୍ୟାରିବାଡି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ଦେଖାଦେଇଛି ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here