ଜିଲ୍ଲାବିଜେପି ପକ୍ଷରୁ ଗଜପତି ଏସ ପି ଅଫିସ ଘେରାଉ

0
251

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାଣୀ ପେଣ୍ଠ ସ୍ତିତ ଜିଲ୍ଲା ଏସପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଗଜପତି ଜିଲ୍ଲା ବିଜେପି ଦଳ ପକ୍ଷରୁ। ଯାହା କି କିଛି ଦିନ ତଳେ ମମିତା ମେହେରଙ୍କ ହତ୍ୟା ମାମଲାରେ ସଂପୂର୍ଣ୍ଣ ବାବେ ଜଡିତ ଥିବା ଗୃହମନ୍ତ୍ରୀ ଦିବ୍ୟ ସଙ୍କର ମିଶ୍ରଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ଗଜପତି ଜିଲ୍ଲା ବିଜେପି ଦଳ ପକ୍ଷରୁ ଗଜପତି ଏସପିଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି, ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓଙ୍କ ନେତୃତ୍ୱରେ ବିଜେପି ଦଳୀୟ କର୍ମୀ ଓ ନେତା ଓ ସମର୍ଥକଙ୍କ ସହିତ ଗଜପତି ଜିଲ୍ଲା ଏସପିଙ୍କ କାର୍ଯାଳୟକୁ ଘେରାଓ କରିଛନ୍ତି । ପାରଳାଖେମୁଣ୍ଡି, ବିଧାୟକ ଶ୍ରାୀ କେ ନାରାୟଣ ରାଓ ଏଥିରେ ରାଜ୍ୟ ସରକାରଙ୍କୁ ଦୃଢ ନିନ୍ଦା କରିବା ସହ ସମାଲୋଚନା କରି କହିଛନ୍ତି ,ଓଡିଶାରେ ସରକାର ଅପାରଗତା ଶାସନ ଚାଲିଛି । ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିଲେ । ହେଲେ ହାତ ହଲାଇ ଚାଲିଯିବା ଛଡା ଲୋକଙ୍କ ପାଇଁ ପଦୁଟିଏ କଥା ପଦୁଟିଏ କହିନଥିଲେ ହାତ ହଲାଇବାକୁ ମଧ୍ୟ କଷ୍ଟକର ଯାହା କି ଦେଖିବାକୁ ମିଳିଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଠିକ ଭାବେ ଚାଲିପାରୁ ନାହାଁନ୍ତି । ସଭା ସମିତିରେ ଲୋକଙ୍କ ସୁଖ ଦୁଃଖ ପାଇଁ କିଛି କହିବା ତ ଦୁରର କଥା ଭଲ ଭାବେ ନିଜେ କଥା ମଧ୍ୟ କହିପାରୁ ନାହାଁନ୍ତି କିମ୍ବା କାହାକୁ ଚିହ୍ନି ପାରୁ ନାହାଁନ୍ତି । ଏଭଳି ସ୍ଥିତିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶାସନ ବ୍ୟବସ୍ଥା ଚାଲିବ କିପରି । ଓଡିଶାରେ ଶାସକ ବିଜେଡି ଦଳର ନେତା ଓ ମନ୍ତ୍ରୀମାନଙ୍କ ଦ୍ୱାରା ହତ୍ୟା ଅପରାଧ ଆଦି ଦିନ କୁ ଦିନ ବଢି ଚାଲିଛି । ମମତା ମେହେରଙ୍କୁ ଗୃହମନ୍ତ୍ରୀଙ୍କ ସମ୍ପୁର୍ଣ୍ଣ ଜ୍ଞାତ ସାରରେ ହତ୍ୟା କରାଯାଇଛି । ଏଭଳି ମନ୍ତ୍ରୀଙ୍କୁ ଅପାରଗ ଓଡିସା ସରକାର ସମସ୍ତ ସୁରକ୍ଷା ଦେଉଚନ୍ତି । ଏହାର ପ୍ରତିବାଦରେ ଆଜି ବିଜେପି ଦଳ ପକ୍ଷରୁ ଗଜପତି ଏସପିଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଛି । ସମ୍ପୁୃକ୍ତ ମନ୍ତ୍ରୀଙ୍କୁ ବହିଷ୍କାର,ଗିରଫ ଓ ସିବିଆଇ ତଦନ୍ତ କରାଯାଉ । ଏହି ଘେରାଓ ରେ ବରିଷ୍ଠ ବିଜେପି ନେତା ନୃସିଂହ ଚରଣ ପଟ୍ଟନାୟକ,ଶନ୍ତୋଷ ଜେନା,ରାଧାକାନ୍ତ ପରିଡା,ପ୍ରଶାନ୍ତ ପାଳ,ଜଗନ୍ନାଥ ମହାପାତ୍ର,ବରିଷ୍ଠ ନେତ୍ରୀ ଅରୁଣିମା ସାହୁ,କାଶୀନଗ୍ର ବ୍ଲକ ଅଧ୍ୟକ୍ଷ ସି.ଏଚ.ସିମାଦ୍ରୀ.ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପି.ଲତା ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here