ଇନ୍ଦ୍ରାବତୀ ଦକ୍ଷିଣ ମୂଖ୍ୟ କେନାଲରେ ଘାଇ, ଶହ ଶହ ଏକର ଚାଷ ଜମିରେ ଫସଲ ନଷ୍ଟ

0
234

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ର ବୃହତ ଜଳବିଦ୍ୟୁତ ଯୋଜନା ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରାଯାଉଥିବା ବେଳେ ପ୍ରତିବର୍ଷ କେନାଲ ଘାଇ ହୋଇ ଚାଷ ନଷ୍ଟ ହେବା ଏକ ନିତି ଦିନିଆ ଘଟଣା ହୋଇଯାଇଛି । ବର୍ତମାନ ଖରିଫ ଧାନ ଫସଲ ଅମଳ ହେବାକୁଥିବା ବେଳେ ଦକ୍ଷିଣ କେନାଲ ରେ ଘାଇ ହୋଇଯାଇ ଶହ ଶହ ହେକ୍ଟର ଚାଷ ଜମିରେ ପାଣିମାଡିଯାଇ ଫସଲ ନଷ୍ଟ ହୋଇଯାଇଛି । ଦକ୍ଷିଣ ମୂଖ୍ୟ କେନାଲ ରେ କଲମପୁର ବ୍ଲକ ପାଜେନ ଗ୍ରାମ ନିକଟରେ ଘାଇ ହୋଇଯାଇ ବ୍ୟାପକ ଫସଲ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଦୁର୍ବଳ କେନାଲ ହୁଡା ଯୋଗୁଁ ଏହି କେନାଲ ପ୍ରାୟ ପ୍ରତିବର୍ଷ ଭାଙ୍ଗି ଘାଇ ହୋଇଯାଇ ଫସଲ ନଷ୍ଟ ହୋଇଥାଏ । ଦୀର୍ଘ ତିନିବର୍ଷ ହେବ ଏହି କେନାଲ ମରାମତି ହେବାର ବ୍ୟବସ୍ଥା କରାଯାଉଥିବା ବେଳେ ଅଦ୍ୟାବଧି ତାହା ଆରମ୍ଭ କରାଯାଇନାହିଁ ।
ବର୍ତମାନ ଫସଲ ଅମଳ ହେବାକୁଥିବା ବେଳେ ଚାଷ ଜମିରେ ପାଣି ମାଡିଯାଇ ଚାଷ ଉପରେ ବାଲିଚର ହୋଇଯାଇ ଚାଷ ନଷ୍ଟ ହୋଇଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବାପାଇଁ ଇନ୍ଦ୍ରାବତୀ କର୍ତୃପକ୍ଷ ପହଂଚି କେନାଲ ବନ୍ଧ ମରାମତି କରିବା ପ୍ରୟାସ ଆରମ୍ଭ କରିଥିବା ବେଳେ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରାଯାଇନାହିଁ । ପୂର୍ବରୁ କେନାଲ ଘାଇ ହୋଇ ଚାଷ ହୋଇଥିବା ବେଳେ ସେସବୁର କ୍ଷତିପୂରଣ ଅଦ୍ୟାବଧି ଦିଆଯାଇନଥିବା ବେଳେ ବର୍ତମାନର କ୍ଷତିପୂରଣ ମିଳୀବା ନେଇ ଚାଷୀମାନେ ଆସଙ୍କା ପ୍ରକାଶ କରିଛନ୍ତି । କେନାଲ କର୍ତୃପକ୍ଷଙ୍କ ଅବହେଲା ଯୋଗୁଁ ଏଭଲି କେନାଲରେ ଘାଇ ହୋଇଯାଉଥିବା ଏବଂ ଅବେଳରେ ଚାଷ ନଷ୍ଟ ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି ।

ରିପୋର୍ଟ:ଦୁଷ୍ମନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here