କୋଡ଼ିଙ୍ଗା ଅବକାରୀ ଓ ପୁଲିସର ମିଳିତ ଚଡାଉ

0
349

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ କୋଡ଼ିଙ୍ଗା ଅବକାରୀ ବିଭାଗ ଓ କୋଷାଗୁମୁଡା ଥାନା ପୁଲିସ ମିଳିତ ଭାବେ କୋଷାଗୁମୁଡା ଥାନା ଅଞ୍ଚଳରେ ଚଡାଉ କରି ବିପୁଳ ପରିମାଣରେ ମଦ ଓ ପୋଚ କୁ ନଷ୍ଟ କରିବା ସହ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ଥାନା ଅନ୍ତର୍ଗତ ରାଜୋଡା , ଚୁରୁଚୁଣ୍ଡା , ବଡ଼ଆମ୍ବଡା ଓ ଲିମଭଟା ଗ୍ରାମ ଉପରେ ଚଡାଉ କରାଯାଇ ପ୍ରାୟ ୨୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୧୫୦୦ ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇଛି । ଆଜିର ଏହି ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା , କୋଡ଼ିଙ୍ଗା ଅବକାରୀ ସହଉପନିରୀକ୍ଷକ ଜଗବନ୍ଧୁ ଯାନୀ , କୋଷାଗୁମୁଡା ଥାନା ଏଏସଆଇ ବସନ୍ତ କୁମାର ସ୍ୱାଇଁ , ଅବକାରୀ କନେଷ୍ଟବଳ ଆକ୍ରମ ଖାନ , ଦେବେନ୍ଦ୍ର ସମରଥ ଓ କୋଷାଗୁମୁଡା ଥାନା ପୁଲିସ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here