ନିର୍ବାଚନମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ତ୍ଵରାନ୍ନିତ କରିବାକୁ ଦିଲ୍ଲୀକୁ ବାଚସ୍ପତିଙ୍କ ଗସ୍ତ

0
242

ଛତ୍ରପୁର :ମାନ୍ୟବର ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ନିର୍ବାଚନମଣ୍ଡଳୀରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ତା ୨୧.୧୦.୨୦୨୧ ରୁ ୨୪.୧୦.୨୦୨୧ ଋଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଯାଇ ଫେରି ଆସିଛନ୍ତି । ଓଡିଶା ବିଧାନ ସଭା କୁ ଇ-ବିଧାନସଭା ରେ ପରିଣତ କରିବା ପାଇଁ ରାଜ୍ୟ ସଭାର ଅଧିକାରୀମାନଙ୍କର ସହ ଅଲୋଚନ କରିଛନ୍ତି । ଏଠି ଉଲ୍ଲେଖ ଯୋଗ୍ୟ ଯେ ଓଡ଼ିଶା ବିଧାନସଭା କୁ ଇ-ବିଧାନସଭା ପରିଣତ କରିବା ପାଇଁ ପ୍ରକ୍ରିୟା ତ୍ଵରାନ୍ନିତ ହେଉଛି । ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷ୍ୟାତ କରି ରାୟଗଡା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଆଲୋଚନା କରିଥିଲେ । ମାଟିଆ ସାହି ଏବଂ ମଦନ ମୋହନପୁର ଗ୍ରାମର ଜନସାଧାରଣ ଦୈନନ୍ଦିନ କାର୍ଯ୍ୟରେ ଟ୍ରେନ୍ ଲାଇନ ଅତିକ୍ରମ କରୁଥିବାରୁ ଧନ ଓ ଜୀବନର ନିରାପତା ପାଇଁ ଓଭର ବ୍ରିଜ୍ କିମ୍ବା ଅଣ୍ଡର ପାସ୍ ନିର୍ମାଣ ପାଇଁ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏତଦ୍ ବ୍ୟତୀତ ୧୫ ବର୍ଷରୁ ଉର୍ଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରାଧିକରଣଙ୍କୁ ଦିଗପହଣ୍ଡି ଠାରେ କେନ୍ଦ୍ରିୟ ବିଦ୍ୟାଳୟର କୋଠା ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦିଆଯାଇଛି । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର କୋଠା ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇନାହାନ୍ତି । ତୁରନ୍ତ ଆବଶ୍ୟକ ପାଣ୍ଠି ପ୍ରଦାନ କରିବାକୁ ବାଚସ୍ପତି ଡଃ ପାତ୍ର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀଙ୍କୁ ଅନୁରାଧ କରିଛନ୍ତି । କୁକୁଡାଖଣ୍ଡିରେ ବହୁ ସରକାରୀ କର୍ମଚାରୀ କାର୍ଯ୍ୟ କରୁଥିବା ଦୃଷ୍ଟିରୁ ସେମାନଙ୍କ ପିଲାମାନେ ଗୁଣାତ୍ମକ ଶିକ୍ଷା ଆବଶ୍ୟକତା କରୁଥିବାରୁ ସେଠାରେ ମଧ୍ୟ ଅନ୍ୟ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ମାନ୍ୟବର ବାଚସ୍ପତିଙ୍କ ଅନୁରୋଧ ଅନୁଯାୟୀ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀଦ୍ୱୟ ରାଜି ହୋଇଛନ୍ତି । ମାନ୍ୟବର ବାଚସ୍ପତି ମଧ୍ୟ ସମ୍ବିଧାନ କ୍ଲବ, ରଫି ମାର୍ଗଠାରେ ଅନୁଷ୍ଠିତ ଅଖିଲା ଭାରତୀୟ ବୈଶ୍ୟ ସମ୍ମିଳନୀରେ ଯୋଗ ଦେଇ ଦେଶର ପ୍ରଗତିରେ ସେମାନଙ୍କ ଅବଦାନ ଉପରେ ଆଲୋକ ପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here