ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥପାଠ

0
216

ଛତ୍ରପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯିବ । “ସ୍ବତନ୍ତ୍ର ଭାରତ @ 75ସତ୍ୟ ଆତ୍ମ ନିରଭରତା” ବିଷୟ ବସ୍ତୁକୁ ଆଧାର କରି ଚଳିତ ବର୍ଷ ସଚେତନତା ସପ୍ତାହ ପାଳନ କରାଯାଇଅଛି । ଆଜି ପ୍ରଥମ ଦିନ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମାନଙ୍କରେ ଅଧିକାରୀଗଣଙ୍କ ସମେତ ସମସ୍ତ କର୍ମଚାରୀ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ ଗ୍ରହଣ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଉପସ୍ଥିତ ରହି ଶପଥ ପାଠଟି କରାଇଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହି ଶପଥପାଠ କରାଇଥିଲେ । ଏହି ଶପଥପାଠ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପରିଚାଳନା କରିଥିଲେ । ଏଠାରେ ପ୍ରକାଶ ଥାଉକି ଚଳିତ ବର୍ଷର ଦୁର୍ନୀତି ନିବାରଣ ସପ୍ତାହରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇ ଦୁର୍ନୀତି ନିବାରଣ ଦିଗରେ ଅନେକ ସଚେତନତା ବାର୍ତ୍ତାର ପ୍ରସାର ଓ ପ୍ରଚାର ହେବ ।

LEAVE A REPLY

Please enter your comment!
Please enter your name here