ପ୍ଲାଜମା ଦାନକରି ମହାନତା ଦେଖାଇଲେ କୋମଣ୍ତ ସରପଞ୍ଚ

0
344

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) ସାରା ରାଜ୍ୟରେ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା ମହାମାରୀ ଚେନ୍ କୁ ଭାଙ୍ଗିବା ପାଇଁ ରାଜ୍ୟରେ ଗତ ୫ ତାରିଖ ଠାରୁ ଲକଡାଉନ ଘୋଷଣା କରିଛନ୍ତି । ତାସହ ୧୮ ବର୍ଷରୁ ଉର୍ଦ୍ଧ ନାଗରିକ ମାନଙ୍କୁ କୋଭିଡ ଟିକା ପ୍ରଦାନ କରାଯାଉଛି । ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୋମଣ୍ତ ପଞ୍ଚାୟତର ସରପଞ୍ଚ ବଳରାମ ସାହୁ ପ୍ଲାଜମା ଦାନ କରି ମାନବିକତାର ପରିଚୟ ସୃଷ୍ଠି କରିଛନ୍ତି । ସୂଚନା ଅନୁଯାୟୀ କୋମଣ୍ତ ସରପଞ୍ଚ ବଳରାମ ସାହୁ ଗତବର୍ଷ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଘରକୁ ଫେରିଥିଲେ । ପରେ କରୋନାରେ ଆକ୍ରାନ୍ତ ଥିବା ରୋଗିଙ୍କୁ ପ୍ଲାଜମା ଦାନକରି ମାନବିକତାର ପରିଚୟ ସୃଷ୍ଠି କରିଥିଲେ ବଳରାମ । ସେହିପରି ଚଳିତ ବର୍ଷ କରୋନାର ଦ୍ବିତୀୟ ଲହରି ସାରା ଦେଶକୁ ସ୍ତବ୍ଧ କରିଦେଇ ଥିବା ବେଳେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି । ଏପରି ସ୍ଥିତିରେ ଖଲ୍ଲିକୋଟ ବିଡ଼ିଓ ମିତାଲି ପାତ୍ରଙ୍କ ଅଧ୍ୟକ୍ଷତରେ ପୁଣି କୋମଣ୍ତ ସରପଞ୍ଚ ବଳରାମ ସାହୁ ପ୍ଲାଜମା ଦାନକରି ଅଞ୍ଚଳରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here