ଡ଼ି.ଏ.ଭି ପବ୍ଲିକ ସ୍କୁଲରେ ନୂଆଖାଇ ଉତ୍ସବ ପାଳିତ

0
947

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଡ଼ି.ଏ.ଭି ପବ୍ଲିକ ସ୍କୁଲରେ ନୂଆଖାଇ ଉତ୍ସବ ହର୍ଷ ଉଲ୍ଲାସରେ ପାଳିତ ହୋଇଯାଇଛି | ପ୍ରଥମେ ଏକ ସାଇକେଲ ଶୋଭାଯାତ୍ରା ବ୍ରହ୍ମପୁର ଷ୍ଟାଡିଅମ ଠାରୁ ବାହାରି ଗୋଶାଣିନୁଆଗାଁ ପୋଲିସ ଥାନା ପର୍ଯ୍ୟନ୍ତ ଯାଇଥିଲା | ଏହି ପ୍ରଦୂଷଣମୁକ୍ତ ସଚେତନତା ଶୋଭାଯାତ୍ରାର ଉଦଘାଟନ କରିଥିଲେ ଅତିରିକ୍ତ ପୋଲିସ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର ତଥା ବ୍ରହ୍ମପୁର ସହକାରୀ ପୋଲିସ ନିରୀକ୍ଷକ ଶ୍ରୀ ଜୟ କୁମାର ପାଟ୍ଟନାୟକ ଓ ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟ ଶ୍ରୀଯୁକ୍ତ ଏସ.ମୁରଲୀ କୃଷ୍ଣ ଏବଂ ଶ୍ରୀ ଏନ.ଟି ରାଠୋର | ପରେ ବିଦ୍ୟାଳୟରେ ନୂଆଖାଇ ଉତ୍ସବରେ ଅତିଥି ରୂପେ ଯୋଗ ଦେଇଥିଲେ ପୂର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ ଓ ମହାନଗର ନିଗମ ଅଧକ୍ଷ ଶ୍ରୀ ସୁବାଷ ମହାରଣା | ବିଦ୍ୟାଳୟରେ ନବାନ୍ନରେ ପ୍ରସ୍ତୁତ ଖିରି ବଣ୍ଟନ କରାଯାଇଥିଲା | ଏହା ସହ ନୂଆଖାଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଏହି ସମାରୋହକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷା ଶ୍ରୀମତୀ ଧାରାଶ୍ରୀ ପାଢ଼ୀ,ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here