ଦୈନିକ ବଜାର କମିଟି ର ଅବହେଳା ଯୋଗୁଁ ପାରଳା ଦୈନିକ ବଜାରରେ ପରିବା ଦର ଆକାଶଛୁଆଁ ବୃଦ୍ଧି

0
268

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୈନିକ ବଜାରରେ ପନିପରିବା ଦର ଆକାଶଛୁଆଁ ଦରବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି । ବର୍ତମାନ ସମୟରେ କାର୍ତ୍ତିକ ମାସ ଆରମ୍ଭ ସମୟରେ ସମସ୍ତ ହବିସିଆଳି କୁହାଯାଉ, ସମସ୍ତ ମଠ ମନ୍ଦିରରେ ଏହି ଧର୍ମ ମାସରେ ଭଗବାନ ଙ୍କ ଅର୍ଣ୍ଣ ପ୍ରସାଦ ସେବନ ନିମନ୍ତେ ବହୁ ଭକ୍ତଙ୍କ ଭିଡ଼ ଜମିଥାଏ। ଏହି ସମସ୍ତ ବିଷୟବସ୍ତୁ କୁ ଆଧାର କରି ପାରଳାଖେମୁଣ୍ଡି ସହରର ଦୈନିକ ବଜାର ବ୍ୟବସାୟୀଙ୍କ ଏକଛତ୍ରବାଦ,ମୋନମୁଖୀ କାର୍ଯ୍ୟକ୍ରମ ବଢ଼ିଚାଲିଛି। ଏଠାରେ ପରିବା ବ୍ୟବସାୟୀ ଙ୍କ ଦରବୃଦ୍ଧି ହେଉଥିବା ଫଳରେ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କ ରୋଷେଇ ସାଳରେ ସଂପୂର୍ଣ୍ଣ ରୁପେ ପ୍ରଭାବ ପଡିଛି। ଦୀର୍ଘ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ କୈାଣସି ଲୋକେ କାମ ଧନ୍ଦା ନପାଇ ତେଲ ନୁଣ ସଂସାର ପରିପୋଷଣ କରି ପରିବାର ବଞ୍ଚିବାକୁ ବହୁତ କଷ୍ଟକର ହେଉଥିବା ବେଳେ ବର୍ତମାନ ପନିପରିବା ଆକାଶ ଛୁଆଁ ଦର ଦେଖିବା ବେଳେ , ଅହେତୁକ ବୃଦ୍ଧି ପନିପରିବା ଦର ଖାଉଟିଙ୍କୁ ଚିନ୍ତାରେ ବଢ଼ିବାରେ ଲାଗିଛି। ଆଜିର ବଜାରରେ ଟମାଟୋ କିଲୋ ୮୦, ପୋଟଳ କିଲୋ ୧୨୦, ସଜନା ଛୁଇଁ କିଲୋ ୧୨୦, ବିନ୍କସ କିଲୋ ୮୦, ଫୁଲ କୋବି କିଲୋ ୮୦ ଆଳୁ କିଲୋ ୨୦, ପିଆଜ କିଲୋ ୫୦, ଅଲଡ଼ି କିଲୋ ୬୦, ବାଇଗଣ କିଲୋ ୫୦, ସାରୁ କିଲୋ ୩୦, ଗାଜର କିଲୋ ୧୨୦, ବିଟ କିଲୋ ୧୨୦, ସିମିଲା ଲଙ୍କା କିଲୋ ୧୨0,ଭେଣ୍ଡି କିଲୋ ୬0 ଜହ୍ନି କିଲୋ ୬0, ତୁରୁଡ଼ା କିଲୋ ୬0, ମୂଳା କିଲୋ ୮0 ଏହି ଭଳି ପନିପରିବା ଦର ବୃଦ୍ଧି ପାଇଛି। ଗଜପତି ଜିଲ୍ଲାରେ ପାରଳାଖେମୁଣ୍ଡି ଠାରେ ଥିବା ସିତଳ ଭଣ୍ଡାରକୁ ବ୍ୟବହାର କରାନଯାଇ ତହାର ରକ୍ଷଣାବେକ୍ଷଣ ଉପରେ ବିଭାଗୀୟ କର୍ତୁପକ୍ଷ ମାନେ ଏହାର ଜତ୍ନନନେବା ଦ୍ଵାରା ଆଜି ବଜାରରେ,ପରିବା ବ୍ୟବସାୟୀ ମାନେ ସମସ୍ତେ ଏକାଠି ବସି ଯୋଜନା କରି କାର୍ତ୍ତିକ ମାସ ରହିଥିବା ବେଳେ ହବିଷଙ୍କ ପାଇଁ ଆହୁରି କଷ୍ଟ ଦାୟକ ହୋଇ ପଡିବ। ପାରଳା ସହରରେ ପନିପରିବା ଦର ନିୟନ୍ତ୍ରଣ ରହୁନାହିଁ ଯେଉଁମାନେ ପନି ପରିବା ବିକ୍ରି କରୁଛନ୍ତି ତାଙ୍କ ମନ ମୁତାବକ ଦର ନିର୍ଦ୍ଧାରଣ କରି ବିକ୍ରି କରୁଛନ୍ତି ଯେଉଁ ସମୟରେ ଅଞ୍ଚଳ ଚାଷୀ ଙ୍କ ପନିପରିବା ପାଚି ଶିତଳ ଭଣ୍ଡାର ରେ ରଖାଯାଇଥିଲେ ବର୍ତମାନ ସମୟରେ ଲୋକଙ୍କୁ ଏହି ଆକାର ଛୁଆଁ ଦର ବୃଦ୍ଧି ରୁ କିଛି ଟା ଉପକୃତ ହୋଇପାରନ୍ତେ। ଏଥିପାଇଁ ଜିଲ୍ଲା ପ୍ରଶାସନ ହେଉ କି ଖାଉଟି ଅଧିକାରୀ କିମ୍ବା ଦୈନିକ ବଜାର କମିଟି ପକ୍ଷରୁ କାହାର ଦାଇତ୍ୱ ନଥିବା ଯୋଗୁଁ ଆଜି ପରିବା ବ୍ୟବସାୟୀ ଙ୍କ ମନମୁଖୀ ରାଜ ଅଞ୍ଚଳରେ ଚଲାଇବା ଯୋଗୁଁ ସାଧାରଣ ଲୋକେ ଏହାର ଶିକାର ହେବାକୁ ପଡୁଛି। ଏହି ବିଷୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବାପାଇଁ ସାଧାରଣ ଲୋକଙ୍କ ର ଦାବି ରହିଛି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here