ଗଜପତି ଜିଲ୍ଲାରେ ୬୨ତମ ପୋଲିସ ଜିଲ୍ଲା ସ୍ତରୀୟ ଶହୀଦ ସ୍ମୃତି-ଦିବସ ପାଳିତ

0
240

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ତିତ ଆର୍ମ୍ଡ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ପଡ଼ିଆରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗୁରୁବାର ଦିନ ଜିଲ୍ଲାସ୍ତରୀୟ ୬୨ତମ ପୋଲିସ ଶହୀଦ ସ୍ମୃତି-ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ ବିଭିନ୍ନ ସମୟରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀ ଓ ଅଧିକାରୀ ମାନେ ନିଜ ଜୀବନକୁ ଉତ୍ସର୍ଗ କରି ପ୍ରାଣବଳି ଦେଇ ଶହୀଦ ହୋଇ ଯାଇଛନ୍ତି , ସେମାନଙ୍କ ପ୍ରତି ଭକ୍ତିପୂର୍ଣ୍ଣ ଶଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ସହିତ ସ୍ମୃତି-ଦିବସ ପାଳନର ସମ୍ପର୍କରେ କହି ଜିଲ୍ଲାର ସୁରକ୍ଷା ସହିତ ସମାଜରେ ଶାନ୍ତିରକ୍ଷା ଏବଂ ଜନସେବା କ୍ଷେତ୍ରରେ ଓଡିଶା ପୋଲିସର ଦକ୍ଷତା ସହ ସବୁରି କାର୍ଯ୍ୟ କରିଆସୁଛି । ପୋଲିସ ମାନଙ୍କ କର୍ତ୍ତବ୍ୟନିଷ୍ଠା , ତ୍ୟାଗ ଓ ବଳିଷ୍ଠ ଅବଦାନ ଏକ ମହାନ ସ୍ମୃତି ବୋଲି କହିଥିଲେ ।
ଅନ୍ୟପକ୍ଷରେ ପୋଲିସ ବାହିନୀ ବିଭିନ୍ନ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ଆକୁଣ୍ଠା ସାହାଯ୍ୟ ସହଯୋଗ କରି ଆସିବା ସହ ନକ୍ସଲ ଦମନ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା କରିବା ଓ କୋଭିଡ ସମୟରେ ଲୋକଙ୍କୁ ସଚେତନ କରାଇବା ସହ ସମସ୍ତ ନିୟମକୁ ଅନୁପାଳନ କରିବା କ୍ଷେତ୍ରରେ ଜିଲ୍ଲା ପୋଲିସର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମତ ପ୍ରକାଶ କରିଥିଲେ ।ଏହି ଅବସରରେ ଭାରତ ବର୍ଷରେ ୨୦୨୦-୨୧ରେ କାର୍ଯ୍ୟରତ ସମୟରେ ଶହୀଦ ହୋଇଥିବା ୩୭୭ ଜଣଙ୍କ ସମେତ ଓଡିଶାର ୪ ଜଣ ଶହୀଦ ଓ କରୋନା ସମୟରେ ଶହୀଦ ହୋଇଥିବା ୨୨ ଜଣଙ୍କ ନାମ ପାଠ କରିଥିଲେ ଏସପି: ଶ୍ରୀ ଶତପଥୀ ।
ଏହାସହିତ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ବାର୍ତ୍ତା ମଧ୍ୟ ପଠନ କରିଥିବା ସହିତ ପୋଲିସ ଶହିଦ ସ୍ମୃତିସ୍ତମ୍ଭ ଠାରେ ଏସପି ଶ୍ରୀ ଶତପଥୀଙ୍କ ସମେତ ଏଡିଏମ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଓ ଏଏସପି ଶ୍ରୀ ବାମଦେବ ସିଂ ପୁଷ୍ପମାଲ୍ୟ ଦେଇ ଶହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସରରେ ଏସପି ଶ୍ରୀ ଶତପଥୀ ଓ ଏଡିଏମ ଶ୍ରୀ ପଣ୍ଡା ଜିଲ୍ଲାର ୪ ଜଣ ଶହୀଦଙ୍କ ପରିବାର ମୁଖ୍ୟଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।ଶେଷରେ ଶହୀଦ ସ୍ମୃତି ପ୍ୟାରେଡ଼ର ସମାପନ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି ଶ୍ରୀ ରାମକୃଷ୍ଣ ପତି , ସଦର ମହକୁମା ଡିଏସପି ଶ୍ରୀ ରାଜା କିଶୋର ଦାସ , ହୋମଗାର୍ଡ ଆରଆଇ ଶ୍ରୀ ସତ୍ୟକାନ୍ତ ମନୋରଞ୍ଜନ ଜେନା , ଆରଆଇ ଜେନେରାଲ ଶ୍ରୀ ଡମ୍ବରୁ ଧର ହନାଗା , ପାରଳାଖେମୁଣ୍ଡି ଥାନା ଆଇଆଇସି ଶ୍ରୀ ବିବେକା ନନ୍ଦ ସ୍ୱାଇଁଙ୍କ ସମେତ ବହୁ ପୋଲିସ ଅଧିକାରୀ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here