୬୨ ତମ ପୁଲିସ୍ ସହିଦ୍ ସ୍ମୃତି ରକ୍ଷା ଦିବସ ପାଳିତ

0
287

ଭଞ୍ଜନଗର: ଭଞ୍ଜନଗର ଅଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷଣ ବାହିନୀ ପକ୍ଷରୁ ୬୨ ତମ ପୁଲିସ୍ ସହିଦ୍ ସ୍ମୃତି ରକ୍ଷା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ତନରଡ଼ା ସ୍ଥିତ ପୁଲିସ୍ ବାଟାଲିଆନ୍ ରିଜର୍ଭ ପଡ଼ିଆ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବାଟାଲିଆନ୍ କମାଣ୍ଡେଣ୍ଟ୍ ଲିଙ୍ଗରାଜ ମିଶ୍ର ଯୋଗଦେଇ ଅନୁଷ୍ଠିତ ପ୍ୟାରେଡ଼୍ରେ ଅଭିବାଦନ ଗ୍ରହଣ କରିବା ସହ ପୁଲିସ୍ର କାର୍ଯ୍ୟ ଦକ୍ଷତା ଓ ଉପଲବ୍ଧି ସଂର୍ପକରେ ଆଲୋକପାତ କରିଥିଲେ। ଏଥିସହ ସାରା ଭାରତରେ ପୁଲିସ୍ ସେବା କ୍ଷେତ୍ରରେ କାର୍ଯ୍ୟରତ ପୁଲିସ୍ କର୍ମଚାରୀ ଓ ଅଧିକାରୀ ମାନଙ୍କ କର୍ତ୍ତବ୍ୟ ନିଷ୍ଠା,ତ୍ୟାଗ,ବଳିଷ୍ଠ ଅବଦାନ ମାନବ ସମାଜ ପାଇଁ ପ୍ରେ ରଣାଦାୟୀ ବୋଲି ପ୍ରକାଶ କରିଥିଲେ। ନିଜର କାର୍ଯ୍ୟ ସମ୍ପାଦନା କରିବା ସମୟରେ ଦେଶରେ ୩୭୭ ଜଣ ପୁଲିସ୍ କର୍ମଚାରୀ ସହିଦ ହୋଇଥିବା ବେଳେ ସେମନଙ୍କ ୪ ଜଣ ଓଡ଼ିଆ ଯବାନ ସହିଦ କ୍ରାଇମ ହାବିଲଦାର ସୁନିଲ କୁମାର ନାୟକ,କମାଣ୍ଡୋ ଦେବାଶିଷ୍ ସେଠୀ,ସୁଧୀର କୁମାର ଟୁଡୁ ଏବଂ ଓଏପିଏଫ୍ ଅନୀଲ ଏକ୍କା ରହିଥିବ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ
ଏହି ଅବସରରେ ସହିଦ ସ୍ମୃତି ସ୍ତମ୍ଭରେ କମାଣ୍ଡେଣ୍ଟ ଙ୍କ ସମେତ ସମସ୍ତ ପୁଲିସ୍ ଅଧିକାରୀ,କର୍ମଚାରୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ଆସିଷ୍ଟାଣ୍ଡ୍ କମାଣ୍ଡେଣ୍ଟ୍ ରଞ୍ଜିତ ବାର୍ଲା,ଶିବ ନାରାୟଣ ନାୟକ,ସୁବେଦାର ଚିତ୍ତ ରଞ୍ଜନ ସାହୁ,ବିଜୟ କହଁର,ଧନଞ୍ଜୟ ପ୍ରଧାନ,ଶଶଧର ସାହୁ,ଗୁରୁ ଚରଣ ବିହାରୀଙ୍କ ସମେତ ବାଟାଲିଆନ୍ର ସମସ୍ତ ଯବାନ ସାମିଲ ହୋଇଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here