କୋଦଳା ଠାରେ ଏନ୍ ଏ ସି ବିଜେଡି ମହିଳା ସଙ୍ଘ ତରଫରୁ ବିଜୁ ଜୟନ୍ତି ପାଳିତ

0
408

କୋଦଳା (ନ୍ୟୁଜଏକ୍ସଟ୍ରା/ ଭଞ୍ଜ କିଶୋର ମହାରଣା) : ଆଜି ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ସ୍ଥିତ ଡ଼ାକ ବଙ୍ଗଳା ପରିସରରେ ବିଜୁ ମହିଳା ସମିତି ପକ୍ଷରୁ ଏନ୍ ଏ ସି ମହିଳା ବିଜେଡ଼ି ସଭାନେତ୍ରୀ ସୁଜତାରାଣୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମହିଳା ସମାବେଶ ଓ ଓଡିଶା ର ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ଓକିଲ ସଂଘ ର ସଭାପତି ତଥା ବରିଷ୍ଠ ଓକିଲ ତାରିଣୀ ଚରଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଆମ ପୋଲିସ ସମିତି ର ସଦସ୍ୟ ଦଣ୍ଡପାଣି ପଟ୍ଟନାୟକ ପ୍ରମୂଖ ଯୋଗ ଦେଇ ବିଜୁ ବାବୁ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁବାବୁ ଙ୍କ ଓଡିଶା ପ୍ରତି ଅବଦାନ ବିଷୟରେ ଆଲୋଚନା କରିଥିଲେ । ଏଥିରେ ଶତାଧିକ ମହିଳା ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here