ଯାଞ୍ଚ କଡାକଡି କଲା ପ୍ରଶାସନ ; କୋଚିଂ ସେଣ୍ଟର ଓ ଲୁଗା ଦୋକାନ ଉପରେ ଚଢ଼ାଉ

0
947

ଭଞ୍ଜନଗର(ନିଲୁ ବିଶୋଇ) ଜିଲ୍ଲାରେ ସମ୍ଭାବ୍ୟ କୋରନା ସଂକ୍ରମଣ ଆଶଙ୍କାରେ ଜିଲ୍ଲାପାଳ ଜୁନ ୩୦ ଯାଇ ଗଂଜାମ ଜିଲ୍ଲାକୁ ସଟ ଡାଉନ ଘୋଷଣା କରିଛନ୍ତି। ସଟଡାଉନ ସତ୍ୱେ ବହୁ ଦୋକାନୀ ନିୟମ ଉଲଘଂନ କରି ଦୋକାନ ଖୋଲିବା ସହ ଅମାନିଆ ମାନେ ରାସ୍ତା ଉପରେ ନିର୍ଭରରେ ଗାଡି ମୋଟର ଚାଲାଉଛନ୍ତି। ଫଳରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ତହସିଲଦାର ଆଲୋକ କୁମାର ପ୍ରଧାନ, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଉପଖଣ୍ଡ ପଂଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଓ ଏନ.ଏ. ସି କର୍ମଚାରୀ ମାନେ ସହରକୁ ସଂଯୋଗ କରୁଥିବା ବିଭିନ୍ନ ଛକ ନିକଟରେ ରାସ୍ତା ବ୍ଳକ କରି ଅମାନିଆ ଲୋକ ମାନଙ୍କୁ ସାବାଡ଼ କରିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରିଛନ୍ତି। ସେହିପରି କଟକଣା ଜାରି ସ୍ୱତେ ଜଣେ ଶିକ୍ଷୟତ୍ରୀ ଲଣ୍ଡେଇ ସାହି ରେ କୋଚିଂ ସେଣ୍ଟର ଚଲାଉଥିବା ଖବର ପାଇ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଉଭୟ ଶିକ୍ଷୟତ୍ରୀ ଓ ଅଭିଭାବକ ଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। କଟକଣା ସ୍ୱତେ କିଛି ଦୋକାନୀ ବାହାର କବାଟ ବନ୍ଦ କରି ବ୍ୟବସାୟ କରୁଥିବା ବେଳେ ଏନ.ଏ. ସି ପକ୍ଷରୁ ଚଢ଼ାଉ କରାଯାଇ ୪ଦୋକାନୀ ଙ୍କ ଠାରୁ ୬ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ ଜୁନ ୩୦ ତାରିଖ ଯାଏଁ କେବଳ ପନିପରିବା,ରାଶନସାମଗ୍ରୀ ଏବଂ ଔଷଧ ଦୋକାନ କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ଏ ସବୁ ଦୋକାନ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ଯାଏଁ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କିନ୍ତୁ କିଛି ଅମାନିଆ ବିଭିନ୍ନ ଆଳରେ ବଜାର ଓ ଏଣେ ତେଣେ ଯାତାୟାତ କରୁଥିବା ରୁ ଆଗାମୀ ଦିନରେ ମଧ୍ୟ ଏହି ପରି ଅମାନିଆ ଧରପଗଡ଼ ଜାରି ରହିବ ବୋଲି କୁହାଯାଇଛି

LEAVE A REPLY

Please enter your comment!
Please enter your name here