ଗଞ୍ଜେଇ ଜବତ, ସ୍ୱାମୀ ସ୍ତ୍ରୀ ଗିରଫ

0
403

ଭଂଜନଗର : ଭଞ୍ଜନଗର ଥାନା ଅଧୀନ ନିଧିଆପଲି ବସଷ୍ଟପ ଠାରେ ଗଞ୍ଜେଇ ସହ ସ୍ୱାମୀ ସ୍ତ୍ରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ପ୍ରକାରେ ଜରଡ଼ା ଥାନା କେଲୁଆ ଗ୍ରାମର କୃଷ୍ଣ ସାହୁ(୫୦) ଓ ତାଙ୍କ ସ୍ତ୍ରୀ ଉର୍ବଶୀ ସାହୁ (୪୪) ସୋମବାର ସକାଳ ସମୟରେ ଏକ ଜରି ବସ୍ତାରେ ଗଞ୍ଜେଇ ଭର୍ତ୍ତି କରି ନିଧିଆପଲି ଠାରେ ବସରେ ଯିବାକୁ ଅପେକ୍ଷା କରିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଥାନା ଏସଆଇ ମନସ୍ୱିନୀ ମହାନ୍ତି ଉକ୍ତ ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଉଭୟଙ୍କର ତଲାସୀ ନେଇଥିଲେ । ଗଞ୍ଜେଇ ରହିଥିବା ଜଣା ପଡିବା ପରେ ତହସିଲଦାର ଆଲୋକ କୁମାର ପ୍ରଧାନ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହିବା ପରେ ଓଜନ କରାଯାଇଥିଲା। ସେମାନଙ୍କ ଠାରୁ ମୋଟ ୧୧ କେଜି ୫୭୦ ଗ୍ରାମ ଗଂଜେଇ ଜବତ ହୋଇଥିଲା। କେସ ନମ୍ବର ୪୫୩/୨୧ ଅନୁସାରେ ମାମଲା ରୁଜୁ କରାଯାଇ ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରିଣୀ ସେନ୍ହା ମଞ୍ଜରୀ ସାହୁ ସୂଚନା ଦେଇଛନ୍ତି।
ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here