ଉତ୍ତର ଘୁମୁସର ବନଖଣ୍ଡର ବନ ଉନ୍ନୟନ ପ୍ରକଳ୍ପ-୨ ର ବାର୍ଷିକ ସମୀକ୍ଷା

0
307

ଭଞ୍ଜନଗର (ନିଲୁ ବିଷୋୟୀ) ଜାଇକା ଅନୁମୋଦନ କ୍ରମେ ଉତ୍ତର ଘୁମୁସର ବନଖଣ୍ଡ ଅଧୀନରେ କାଯ୍ୟକାରୀ ହେଉଥିବା ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ – ୨ର ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ଙ୍କ ସଭାପତିତ୍ୱ ରେ ସ୍ଥାନୀୟ ଲାଲସିଙ୍ଗି ସ୍ଥିତ ସ୍ଥାୟୀ ନର୍ସିରି ଠାରେ ସମୀକ୍ଷା ବୈଠକରେ ବ୍ରହ୍ମପୁର ଆଂଚଳିକ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି। କାଯ୍ୟକ୍ରମରେ ଉତ୍ତର ଘୁମୁସର ବନଖଣ୍ଡର 100 ଟି ବନ ସୁରକ୍ଷା ସମିତିର 200 ଜଣ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ I ଭଞ୍ଜନଗର, ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦ ବ୍ଳକ୍ ର ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ I କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ଆୟୋଜକ ଉତ୍ତର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେଉରା ,ଉତ୍ତର ବନଖଣ୍ଡ ସହାୟକ ବନ ସଂରକ୍ଷକ ସୁଦର୍ଶନ ବାଦି , ଏମ୍.ମୋତିଲାଲ, ଦକ୍ଷିଣ ବନଖଣ୍ଡ ସହାୟକ ବନ ସଂରକ୍ଷକ ପ୍ରଭାକର ନାୟକ, କୃଷି ଅଧିକାରୀ, ପଶୁ ସମ୍ପଦ ଅଧିକାରୀ, ଉଦ୍ୟାନ ବିଭାଗ ଅଧିକାରୀ,ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ , ସହ ମତ୍ସ୍ୟ ସମ୍ପଦ ଅଧିକାରୀ ସୁଧାଂଶୁ ଶେଖର ସାହୁ , ମହିଳା ଓ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ବିଷ୍ଣୁପ୍ରିୟା ସେଠୀ ଏବଂ ସହଯୋଗୀ ସ୍ୱାତୀ ଅନୁ୍ଷ୍ଠାନର ସମ୍ପାଦକ ମଣି ଶଙ୍କର ରାଉତ୍, ଶଂକର୍ଷଣ ବେହେରା, କୁମୁଦ ଚନ୍ଦ୍ର ପାଢୀ, ଶୁଭ୍ରାଂଶୁ ପଟ୍ଟନାୟକ, ସମ୍ବିତ୍ ଆଚାର୍ଯ୍ୟ,ମନୋଜ ପଟ୍ଟନାୟକ, ଶଙ୍କର ରାଉତ୍, କାହ୍ନୁଚରଣ ସାହୁ ଏବଂ ଶୂଳପାଣି ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ବନୀକରଣ ଓ ବନ ସୁରକ୍ଷା ସମିତିରେ ରହୁଥିବା ମହିଳା ମାନଙ୍କର ଜୀବନ ଜୀବିକା ସହିତ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ନିମନ୍ତେ ପ୍ରକଳ୍ପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଥିଲେ I ଏହା ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସରକାରୀ ଅଧିକାରୀ ମାନେ ସମୀକ୍ଷା ବୈଠକର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିବା ସହିତ ଜଙ୍ଗଲ ବିଭାଗର ବନ ସୁରକ୍ଷା ସମିତି ସହିତ ଅନ୍ୟାନ୍ଯ ବିଭାଗ ଗୁଡିକର ସମନ୍ୱୟ ରକ୍ଷା ହେବା ଫଳରେ ଗ୍ରାମାଞ୍ଚଳ ଲୋକ ମାନଙ୍କର ଜୀବନ ଜୀବୀକା କ୍ଷେତ୍ରରେ ଊନ୍ନତି ହୋଇପାରିବ ବୋଲି ପ୍ରକାଶ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ତଥା ଅବସରପ୍ରାପ୍ତ ବନ କର୍ମଚାରୀ ଶୂଳପାଣି ଶତପଥୀ ଓ ସଞ୍ଜୟ କୁମାର ମିଶ୍ର ସଂଯୋଜନା କରିଥିବା ବେଳେ ଉତ୍ତର ବନଖଣ୍ଡ ସହାୟକ ବନ ସଂରକ୍ଷକ ସୁଦର୍ଶନ ବାଦି ଧନ୍ୟବାଦ ଜ୍ଞାପନ କରିଥିଲେ I

LEAVE A REPLY

Please enter your comment!
Please enter your name here