ବିଜେଡିର ମିଶ୍ରଣ ପର୍ବ : ଦୁର୍ବଳ ହେଉଛି ବିଜେପି : ସୁଦୃଢ ହେଉଛି ବିଜେଡ଼ି

0
235

ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡ଼ି ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବ ଅକ୍ଟୋବର ୧୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଳକରେ ବିଜେପି ଦୁର୍ବଳ ହେଉଥିବା ବେଳେ ବିଜୁ ଜନତା ଦଳ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନରେ ଆକୃଷ୍ଟ ହେବା ସହ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସର୍ବଦା ଜନସମ୍ପର୍କ ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ପୋଲସରା ବ୍ଳକର ବିଭିନ୍ନ ପଞ୍ଚାୟତରେ ବହୁ ବିଜେପି ସମର୍ଥକ ଦଳତ୍ୟାଗ କରି ବିଜେଡ଼ିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ଅକ୍ଟୋବର ମାସର ଘଟଣାକୁ ଦେଖିଲେ ଜଣାପଡ଼ିଛିଯେ ୪ ତାରିଖ ଦିନ ପୂର୍ବତନ ବିଧାୟକ ତଥା ବିଜେପି ନେତା ନିରଞ୍ଜନ ପ୍ରଧାନଙ୍କ ନିଜ ପଞ୍ଚାୟତ ଘୋଡାପଲାଣର କରାତଳି ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି ତ୍ୟାଗକରି ବିଜେଡିରେ ସାମିଲ ହୋଇଥିଲେ। ସେହିପରି ୧୦ ତାରିଖ ଦିନ ନିମିନା ଗ୍ରାମର ୭୦ ରୁ ଉର୍ଦ୍ଧ୍ବ ପରିବାର, ୧୩ ତାରିଖ ଦିନ ଚଣ୍ଡି ରାମଚନ୍ଦ୍ରପୁର ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ପରିବାର ଓ ୧୭ ତାରିଖ ଦିନ ବିଳେଇଝୁରି ଗ୍ରାମର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ଅତ୍ୟନ୍ତ ଅନୁଗତ ବାବୁ ସ୍ବାଇଁଙ୍କ ନେତୃତ୍ବରେ ୧୫୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି ତ୍ୟାଗକରି ବିଜୁଜନତା ଦଳରେ ସାମିଲ ହୋଇଥିଲେ। ପଞ୍ଚାୟତ ସଂରକ୍ଷଣ ଘୋଷଣା ହୋଇଥିବା ବେଳେ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେପି ନେତାଙ୍କ ଦେଖା ମିଳୁନଥିବା ବେଳେ ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ ପ୍ରତ୍ୟେକ ଗ୍ରାମକୁ ଗସ୍ତକରି ଲୋକଙ୍କ ଅଭାବ ଅସୁବିଧା ବୁଝିବା ସହ ଲୋକଙ୍କ ନିକଟତର ହୋଇପାରି ପ୍ରିୟଭାଜନ ହୋଇପାରିଛନ୍ତି। ଅକ୍ଟୋବର ୧୯ ତାରିଖ ଦିନ ପୋଲସରା ବ୍ଲକର ଗୋଛାବାଡ଼ି ଗ୍ରାମରେ ବିଧାୟକ ଶ୍ରୀକାନ୍ତ ସାହୁ ପହଞ୍ଚି ପ୍ରଥମେ ପୂର୍ବତନ ସରପଞ୍ଚ ସ୍ବର୍ଗତ ସହଦେବ ଗୌଡ଼ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ସେଠାରୁ ଏକ ବିରାଟ ପଟୁଆରରେ ବିଧାୟକ ଶ୍ରୀ ସାହୁଙ୍କୁ ଗ୍ରାମ ପରିକ୍ରମା କରାଇ ମିଶ୍ରଣ ପର୍ବ ସ୍ଥଳୀକୁ ଯାଇଥିଲେ। ସେଠାରେ ଅମୂଲ୍ୟ ଗୌଡ଼, କୁମୁଦ ଗୌଡ଼, ପ୍ରଶାନ୍ତ ଗୌଡ଼,ଜୟକୃଷ୍ଣ ଗୌଡ଼ ଓ ଶଙ୍କର୍ଷଣ ଗୌଡ଼ଙ୍କ ନେତୃତ୍ୱରେ ରତ୍ନାକର ସାହୁ, କନ୍ଧ ଗୌଡ଼, ଟିଣା ଗୌଡ଼, ମହନ୍ତ ଗୌଡ଼, ପର୍ଶୁ ଜେନା, ମଦନ ପ୍ରଧାନ, କାଳୁ ଗୌଡ଼, ଗାଣ୍ଡୁ ଗୌଡ଼, ସୁରେନ୍ଦ୍ର ଗୌଡ଼, ଅମର ଗୌଡ଼, କେଦାରନାଥ ଗୌଡ଼ ପ୍ରମୁଖ ୧୦୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି ତ୍ୟାଗ କରି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜେଡି ରେ ସାମିଲ ହୋଇଥିଲେ। ବିଧାୟକ ଶ୍ରୀ ସାହୁ ବିଜେପି ତ୍ୟାଗ କରିଥିବା ସମସ୍ତ ନେତା, କର୍ମୀ ଓ ସମର୍ଥକଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରିବା ସହ ବିଜୁ ଜନତା ଦଳରେ ସାମିଲ କରିବା ଘୋଷଣା କରିଥିଲେ। ବିଜେଡିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ବ୍ଲକ ସମ୍ପାଦକ ଅଶୋକ କୁମାର ବିଷୋୟୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ,ସରପଞ୍ଚ ମନୋଜ ଗୌଡ, ସମିତିସଭ୍ଯ ଗଣେଶ ଦାସ, ବିଦ୍ଯାଧର ଶତପଥୀ, ଗୋପାଳ ସାହୁ, ମନୋଜ ବିଷୋୟୀ, କାଳିଚରଣ ବେହେରା,ଦଣ୍ଡପାଣି ଗୌଡ, ସୂର୍ଯ୍ଯମଣି ଗୌଡ,ରାମଚନ୍ଦ୍ର ଗୌଡ,ଚନ୍ଦ୍ରମଣି ଗୌଡପ୍ରମୁଖ ବହୁ ବିଜେଡି କର୍ମକର୍ତ୍ତା ଓ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here