କରସିଙ୍ଗି ପଞ୍ଚାୟତରେ ୪ଟି ପ୍ରକଳ୍ପର ଉଦଘାଟନ

0
273

ବୁଗୁଡା : ବୁଗୁଡା ବ୍ଲକ କରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ସମଲେଇ ଗ୍ରାମର କୋଠଘର ଓ ବଡ଼ସାହି ଗ୍ରାମର କୋଠଘର ଏବଂ କରସିଙ୍ଗି ଗାଁର କମ୍ଯୁନିଟି ହଲ୍ ଓ ମୁଖ୍ୟ ସଡକ ସ୍ଥିତ ବଜାର ଗୃହ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଚାରୋଟି ପ୍ରକଳ୍ପର ଉଦଘାଟନୀ ଉତ୍ସବରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନକରି ଉଦଘାଟନ କରିଥିବା ବେଳେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ବ୍ଲକ ବିଜେଡି ସଭାପତି ଇ.ମଦନ ଗୋପାଳ ଦୋରା , ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ , ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବରୁଣ ସେନାପତି, ସରପଞ୍ଚ ପୁଷ୍ପାଞ୍ଜଳି ସେଠୀ, ନାଏବ ସରପଞ୍ଚ ସନ୍ତୋଷ କୁମାର ପ୍ରଧାନ, ସମିତି ସଭ୍ୟା ଆରତୀ ନାୟକ, ପୂର୍ବତନ ସରପଞ୍ଚ ରାମେଶ୍ୱର ବିଶ୍ବାଳ, ଜିଲ୍ଲା ବିଜେଡି ସଂପାଦକ ସୁଧାଂଶୁ ଶେଖର ପାଢ଼ୀ , ଏନ୍ଏସି ପ୍ରାକ୍ତନ ଉପାଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଗୁଡିକରେ ବହୁ ଜନସାଧାରଣ ଯୋଗଦେଇଥିବା ଦେଖିବାକୁ ମିଳିଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here